Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବେଆଇନ ବାଲି ଚାଲାଣ, ୪ ଟ୍ରାକ୍ଟର ଜବତ

Posted on October 23, 2025

ରାଉରକେଲା: ବ୍ରାହ୍ମଣୀ ନଦୀର ମଲଙ୍ଗା ଘାଟରୁ ବେଆଇନ ବାଲି ଚାଲାଣ କରୁଥିବାବେଳେ ୪ଟି ଟ୍ରାକ୍ଟର ଜବତ ହୋଇଛି। ଭୋର ୪ଟାରେ ଘାଟରୁ ବାଲି ବୋଝେଇ ହୋଇ ବାହାରୁଥିବାବେଳେ ଗାଡ଼ିଗୁଡ଼ିକୁ ବନବିଭାଗ ଜବତ କରିଥିଲା। ସୂଚନାନୁଯାୟୀ, ପାନପୋଷ ବନାଞ୍ଚଳ ଅଧୀନ ଲାଠିକଟା ବ୍ଲକ୍‌ର ମଲଙ୍ଗା ଗ୍ରାମରୁ ନିୟମିତ ଗଛ କଟା ଓ ବାଲି ଚୋରା ଚାଲାଣ ନେଇ ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କୁ ସୂଚନା ମିଳିଥିଲା। ‌ତେବେ ଏହି ଅଞ୍ଚଳରେ ଚଢ଼ଉ କରିବାକୁ ଏସିଏଫ୍‌ ଗଜେନ୍ଦ୍ର ପାଲ ସିଂଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ଗଠନ ହୋଇଥିଲା। ତାଙ୍କ ସହ ପାନପୋଷ ରେଞ୍ଜ ଅଧିକାରୀ ସୁଚିସ୍ମିତା ଦାସ ଓ ବାଙ୍କୀ ରେଞ୍ଜ ଅଧିକାରୀମାନେ ମଧ୍ୟ ଟିମ୍‌ରେ ସାମିଲ ଥିଲେ। ପୂର୍ବ ଯୋଜନା ମୁତାବକ ସକାଳ ପ୍ରାୟ ୪ଟାବେଳେ ମଲଙ୍ଗା ଘାଟରେ ଚଢ଼ଉ କରାଯାଇଥିଲା। ନିକଟସ୍ଥ ଘାଟରୁ ୩ଟି ବାଲି ବୋଝେଇ ଟ୍ରାକ୍ଟର ବାହାରୁଥିବାବେଳେ ଧରାପଡ଼ିଥିଲା। ଆଉ ଏକ ଗାଡ଼ି ବାଲି ବୋଝେଇ ପାଇଁ ଲାଗିଥିବାବେଳେ ତାକୁ ମଧ୍ୟ କାବୁ କରିଥିଲା ଟିମ୍‌। ମୋଟ ୪ଟି ଟ୍ରାକ୍ଟର(ଓଡ଼ି-୧୪କ୍ୟୁ-୫୨୧୫, ଓଡ଼ି-୧୪ଏକ୍ସ-୬୫୫୬, ଓଡ଼ି-୧୪ଏଇ-୭୨୬୭, ଓଡ଼ି-୧୪ଏଏ-୯୨୬୬)କୁ ଜବତ କରି ରାଉରକେଲା ମାଇନିଂ ବିଭାଗକୁ ହସ୍ତାନ୍ତର କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme