Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିୟମଗିରିରେ ଲାଗିଲା ପୋଷ୍ଟର

Posted on October 23, 2025

ମାଓବାଦୀ ଧରାନ୍ତୁ,ପୁରସ୍କାର ପାଆନ୍ତୁ

ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅଞ୍ଚଳ,ମୁନିଗୁଡା ବ୍ଲକ ଓ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଧରାନ୍ତୁ,ପୁରସ୍କାର ପାଆନ୍ତୁ ଉଲ୍ଲେଖ କରି ଆଜି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି I କଲ୍ୟାସିଂହପୁର ବ୍ଲକର ପାର୍ଶIଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ,ସଦର ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଏଭଳି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି I ଏହି ପୋଷ୍ଟର ରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ, ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ନିଖିଲ ଓରଫ ଶିବାଜୀ,ସୁଦର୍ଶନ ଓରଫ ବିକାଶ, ଅଙ୍କିତା ଓରଫ ଇନ୍ଦୁ, ଶୁକୃ ଓରଫ କ୍ରିଷ୍ଣା,ନିତୁ, ମିଲିଟାରୀ ପ୍ଲାଟୁନ କମIଣ୍ଡର ଶିଲା ଓରଫନାଗମଣୀ,ଅନ୍ବେଷ ଓରଫ ରେଣୁ,ଡିଭିଜନାଲ କମିଟି ସଦସ୍ୟ ମମତା ଓରଫ. ସାଇତେ ଓ ନକୂଲ ଓରଫ ଚନ୍ଦ୍ରା ଙ୍କ ନାମ ଉଲ୍ଲେଖ କରି ପୁରସ୍କାର ରାଶି ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି I ଅନ୍ୟ ସମସ୍ତ ମାଓବାଦୀ ମାନଙ୍କ ଉପରେ ମଧ୍ୟ ପୁରସ୍କାର ରାଶି ଉପଲବ୍ଧ ରହିଛି I ଯେଉଁ ବ୍ୟକ୍ତି ବିଶେଷ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତା ଙ୍କ ପରିଚୟ ଗୋପନ ରଖି ପୁରସ୍କୃତ କରାଯିବ ବୋଲି ପୋଷ୍ଟର ରେ ଉଲ୍ଲେଖ ରହିଛି I. ଏନେଇ ମୋବାଇଲ ନମ୍ବର ୯୪୩୭୬୪୩୮୩୯ ଉଲ୍ଲେଖ ରହିଥିବା ଜଣା ପଡିଛି I ଏଠାରେ ସୂଚନା ଯୋଗ୍ୟଯେ ପୂବରୁ ମୁନିଗୁଡା, ବିଷମକଟକ ଓ କଲ୍ୟାଣସିଂହପୁର ଅଂଚଳର ନିୟମଗିରି ପାହାଡ଼ରେ ଏକ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ମାଓବାଦୀ ମାନେ ଆଡା ଜମାଇ ବହୁ ହିଂଶାତ୍ମକ କାଣ୍ଡ ଘଟାଇଛନ୍ତି I ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଓ ମୁନିଗୁଡା ବ୍ଲକ ପଡୋଶୀ ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ପୁଲିସ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ସେହି ଅଞ୍ଚଳରେ ସି ଆର ପି ଏଫ ମୃତୟନ ହୋଇଛନ୍ତି I ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ଅଞ୍ଚଳରେ ସୁରକ୍ଷକର୍ମୀଙ୍କ ଏନକାଉଣ୍ଟର ରେ ବହୁ ବଡ ବଡ କ୍ୟାଡର ନକ୍ସଲ ମୃତ୍ୟୁ ବରଣ କରିଥିବା ବେଳେ ବହୁ ନକ୍ସଲ ସୁରକ୍ଷା କର୍ମୀ ନିକଟରେ ଆତ୍ମ ସମର୍ପଣ କରୁଛନ୍ତି I ଏଭଳି ପରିସ୍ଥିତିରେ ରାୟଗଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ବଂଶଧାରା ନାଗାବଳୀ ଘୁମୁସର (ବା ଘୁ ନା )ମାଓବାଦୀ ସଂଗଠନରେ ଏବେ ବି ବହୁ ସକ୍ରିୟ ମାଓବାଦୀ କାର୍ଯ୍ୟ କରୁଥିବା ରୁ ଏହି ପୋଷ୍ଟର ଲାଗିଥିବା ଅନୁମାନ କରାଯାଇଛି I ପଡୋଶୀ ରାଜ୍ୟର ଦୃଢ଼ ନକ୍ସଲ ଦମନ କାର୍ଯ୍ୟାନୁଷ୍ଠାନ କୁ ଦେଖି କିଛି ମାଓବାଦୀ ରାୟଗଡା ଓ ଏହାର ସୀମାବର୍ତ୍ତୀ ଜିଲ୍ଲାରେ ଆତ୍ମଗୋପନ କରିଥିବା ପୁଲିସ ସନ୍ଦେହ କରୁଛି I

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme