
ଦୀପାବଳି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ କଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ମୋଦି ସୋସିଆଲ ମିଡିଆରେ ଲେଖିଛନ୍ତି – “ଏହି ଆଲୋକର ପର୍ବରେ ଭାରତ ଓ ଆମେରିକା ଦୁଇଟି ଲୋକତନ୍ତ୍ର ଦୁନିଆର ଆଶାର କିରଣ ହେଉ, ଆତଙ୍କବାଦ ବିରୋଧରେ ଏକତ୍ରିତ ରହୁ ।”
ଏହି ମଧ୍ୟରେ ସୂଚନା ଆସିଛି ଯେ ଦୁଇ ନେତା ଫୋନରେ ବାଣିଜ୍ୟ ଓ ବିଶ୍ୱ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ତେବେ ଭାରତ ସରକାର ସ୍ପଷ୍ଟ କରିଛି ଯେ “ଦୁଇ ନେତାଙ୍କ ମଧ୍ୟରେ ଏପରି କୌଣସି ଫୋନ କଲ୍ ହୋଇନାହିଁ” ।
ଅନ୍ୟପଟେ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କରି, ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ “ଭଲ ବନ୍ଧୁ” ବୋଲି ସମ୍ବୋଧନ କରିଥିଲେ ।
