Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁରୁଣାକଟକରେ ଚାଲିଛି ରେଡ୍

Posted on September 23, 2025

ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଣ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କରି ପୋଲିସଙ୍କ ରେଡ୍ ତୃତୀୟ ଦିନରେ ମଧ୍ୟ ଜାରି ରହିଛି । ପୁରୁଣାକଟକ ସ୍ଥିତ ଅଠରନଳା ଓ ଜେନାସାହିର କିଛି ଗୋଦାମରେ ଅଚମ୍କା ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି । ଅଧିକାରିକ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୫ଟି ଭିନ୍ନ ସ୍ଥାନରୁ ୯ଟିରୁ ଅଧିକ ଗାଡି ଭର୍ତ୍ତି ବାଣ ଜବତ ହୋଇଛି । ଏହି ଅଭିଯାନରେ ପୋଲିସ ସହିତ ହରଭଙ୍ଗା ତହସିଲଦାର, ବ୍ଲକ ଡ଼ିଭେଲପମେଣ୍ଟ ଅଫିସର (ବିଡିଓ), ଥାନା ଅଧିକାରୀ ଓ ଅନ୍ୟାନ୍ୟ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବିସ୍ଫୋରଣ ଘଟଣା ପରେ ଏହି ପଦକ୍ଷେପ ନିଆଯାଇଥିବାରୁ ଅଞ୍ଚଳରେ ଚାପାଚାପି ସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଲେ ମଧ୍ୟ ପୋଲିସଙ୍କ କାର୍ଯ୍ୟବାହୀରୁ ସେମାନେ ସୁରକ୍ଷିତ ବୋଧ କରୁଛନ୍ତି । ଅବୈଧ ବାଣ ଉତ୍ପାଦନ ଓ ସଂଗ୍ରହ ପଛରେ କିଏ ରହିଛନ୍ତି, କିମ୍ବା କାହାର ହାତ ଅଛି, ତାହା ନେଇ ପୋଲିସ ଗଭୀର ତଦନ୍ତ କରୁଛି । ପୋଲିସଙ୍କ କଥାନୁସାରେ, ଆଗାମୀ ଦିନରେ ଅଧିକ ସ୍ଥାନରେ ମଧ୍ୟ ଏହିପରି ଚଢ଼ାଉ ହେବାର ସମ୍ଭାବନା ରହିଛି । ବେଆଇନ ବାଣ ରାକ୍ଷୀ, ସଂଗ୍ରହ ଓ ବିକ୍ରିକୁ ନିରୋଧ କରିବା ପାଇଁ ପୋଲିସ କଡା ଅଭିଯାନ ଜାରି ରଖିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (906)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme