Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାର୍ଥାପୁର ଠାରେ ଥିବା ବାଲିଘାଟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

Posted on October 21, 2025

ବାଲି ମାଫିଆଙ୍କ ଦୌରାତ୍ମ୍ୟ ରେ ଅତିଷ୍ଠ ହୋଇସାରିଲେଣି ଗ୍ରାମବାସୀ, ପ୍ରଶାସନ ଗ୍ରାମବାସୀଙ୍କ ଗୁହାରି ଶୁଣିଲେନି । ତାତିଲେ ଗ୍ରାମବାସୀ ତାଡିଲେ ବାଲିଘାଟ ରାସ୍ତା । ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅଧୀନରେ ଥିବା ବାଲିଘାଟ ରେ । ସରକାରୀ ସ୍ତରରେ ବାଲି ଉତୋଳନ ପାଇଁ ଅନୁମତି ରାତ୍ରି ସମୟରେ ରହିଥିବାବେଳେ , ଦିନବେଳା ଶହଶହ ଟ୍ରିପ୍ ଲଘୁଖଣିଜ ସଂପଦ ଲୁଟ କରୁଛନ୍ତି ବାଲି ମାଫିଆ ।
ତେବେ ଓଢଣା ବାଲିଘାଟ କୁ ଗେଣ୍ଡାଳିଆ ନାଳ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାକୁ ଜେ ସି ବି ଦ୍ଵାରା କାଟି ବନ୍ଦ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ମାନେ ଭୁବନ ତହସିଲ ଠାରୁ ଆରମ୍ଭ କରି ଖଣି ବିଭାଗ ସହ ପ୍ରଶାସନର ଅନେକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୋଣସି ଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଅନ୍ୟ ଉପାୟ ନପାଇ ସୋମବାର ଗ୍ରାମବାସୀ ଏକାଠି ହୋଇ ବାଲି ଗାଡ଼ି ନେଇ ଯାଉଥିବା ସମସ୍ତ ରାସ୍ତାକୁ ଜେଶିବି ମେସିନ ସାହାଯ୍ୟରେ ଖୋଳି ଦେଇଥିବା ଦେଖିବାକୁ ମିଳିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme