
ଦୀପାବଳୀ ରାତିରେ ଅତ୍ୟଧିକ ବାଣ ଫୁଟାଇବା ଫଳରେ ଦିଲ୍ଲୀ ଓ NCR ଅଞ୍ଚଳ ଧୂଆଁରେ ଆଛାଦିତ ହୋଇଯାଇଛି । ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୩୧କୁ ଛୁଇଁଛି, ଯେଉଁଠି ଗାଜିଆବାଦ ଓ ନରେଲା ଅଞ୍ଚଳରେ AQI ୫୫୧ରେ ପହଞ୍ଚିଛି । ଫଳରେ ରାସ୍ତାକୁ ବାହାରିଲେ ଆଖି ପୋଡ଼ୁଛି, ଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି ।
ଅଶୋକ ବିହାରରେ AQI ୪୯୩, ଆନନ୍ଦ ବିହାରରେ ୩୯୪, ନୋଏଡାରେ ୩୬୯ ଏବଂ ଗାଜିଆବାଦରେ ୪୦୨ ରେକର୍ଡ ହୋଇଛି । ଦିଲ୍ଲୀର ୩୬ ଷ୍ଟେସନରେ ରେଡ୍ ଆଲର୍ଟ ଜାରି ହୋଇଛି ।
ଯଦିଓ ସୁପ୍ରିମକୋର୍ଟ ସବୁଜ ବାଣ ପାଇଁ ସକାଳ ୬ରୁ ୭ ଓ ରାତି ୮ରୁ ୧୦ ପର୍ଯ୍ୟନ୍ତ ଅନୁମତି ଦେଇଥିଲେ ତଥାପି ଅନେକେ ନିୟମ ଉଲଂଘନ କରି ମଧ୍ୟରାତି ପର୍ଯ୍ୟନ୍ତ ବାଣ ଫୁଟାଇଥିଲେ ।
