ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଭୁଲ ଇଞ୍ଜେକସନ ଯୋଗୁ ୧୩ମାସର ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିଶୁର ଦେହ ଖରାପ ଥିବାରୁ ସାଲିଆସାହିରୁ ଆସିଥିବା ପରିବାରଲୋକେ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଘରକୁ ଫେରିଯାଇଥିଲେ । ରାତିରେ ପୁଣି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣି ହସ୍ପିଟାଲ ଆଣିଥିଲେ । ପରେ ଶିଶୁର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳା ଦାବି କରି ପରିବାର ଲୋକ ଡାକ୍ତରଙ୍କ ଗିରଫ ସହ ନିଲମ୍ବନ ଦାବି କରିଛନ୍ତି ।
