
ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ । ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ଟ । ରାଜଧାନୀରେ AQI 180 ପାର ହୋଇଛି । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦୂଷିତ ହୋଇଯାଇଛି ବାୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ AQI 185 ରେକର୍ଡ ହୋଇଥିବା ବେଳେ, ବାପୁଜୀନଗରରେ AQI 174 ରେକର୍ଡ କରାଯାଇଛି । ସାଧାରଣତଃ ୧୦୦ ଉପରେ ଏକ୍ୟୁଆଇ କୁ ବିପଦ ବୋଲି କୁହାଯାଇଥାଏ । ବାୟୂମଣ୍ଡଳରେ ଧୂଳିକଣା ବଢିଲେ ଶ୍ବାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ସହ ଚର୍ମ ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

