Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପ ରୂପ,୨୩ରେ ଅବପାତ ସମ୍ଭାବନା

Posted on October 21, 2025

ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ। ଆଜି ନେଇପାରେ ଲଘୁଚାପ ରୂପ। ଲଘୁଚାପ ସୃଷ୍ଟି ପରେ ଏହା  ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ  ଗତି କରିବ । ଏହା ଅଧିକ ବଳ  ଗୋଟାଇ ପୁଣି ଘନୀଭୂତ ହେବ । ୨୩ ତାରିଖ ବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରଭାଗରେ  ଅବପାତ ରୂପ ନେବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଦେଖିବାକୁ ମିଳିପାରେ କିନ୍ତୁ ସିଧାସଳଖ ପ୍ରଭାବ ପଡ଼ିବା ସମ୍ଭାବନା କମ ରହିଛି। ଆଜି ପାଇଁ ୨୦ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି।  ସନ୍ଧ୍ୟା ସୁଦ୍ଧା ମତ୍ସ୍ୟଜୀବିଙ୍କୁ ଫେରିଆସିବାକୁ ଚେତାବନୀ ଜାରି ହୋଇଛି। 
 
ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ୨୩ ତାରିଖରେ ଅବପାତ  ସୃଷ୍ଟି ହୋଇପାରେ । କିନ୍ତୁ ବାତ୍ୟା  ସୃଷ୍ଟି ନେଇ କୌଣସି ଆଶଙ୍କା ନାହିଁ। ଅବପାତ ସୃଷ୍ଟି ହେବା  ପରେ ଏହାର ଦୁଇଟି ସମ୍ଭାବ୍ୟ ଦିଗ  ରହିଛି । ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶର  ନେଲୋର, ବିଶାଖାପାଟଣା ତଳକୁ  ଉପକୂଳ ଛୁଇଁପାରେ । ଆଉ ଗୋଟେ  ଦୃଶ୍ୟପଟ ହେଉଛି, ଏହା ପାଖାପାଖି  ହେବା ପରେ ଉପକୂଳ ନ ଛୁଇଁ  ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ  ପଶ୍ଚିମବଙ୍ଗ ଆଡ଼କୁ ଯାଇପାରେ ।

ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର  ଆଶଙ୍କା ନାହିଁ । ଏହା କେବଳ  ଅବପାତରେ ହିଁ ସୀମିତ ରହିପାରେ । ରାଜ୍ୟରେ ପବନ ବି ହୋଇନପାରେ ।  ୨୪, ୨୫, ୨୬ ତାରିଖ ତିନି ଦିନ  ମଧ୍ୟମରୁ ଭାରୀ ବର୍ଷା ହାଇପାରେ । ୨୪ ତାରିଖରେ ଉପକୂଳ ସଂଲଗ୍ନ  ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୫  ଓ ୨୬ ତାରିଖ ପୂରା ରାଜ୍ୟରେ ବର୍ଷା  ସମ୍ଭାବନା ଅଛି । ୨୭ରେ ଉଊର  ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme