
ହାଇସ୍କୁଲ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଆନ୍ଦୋଳନ । ମିଛ ଅଭିଯୋଗରେ ସତ ବଦଳି ନେଇ ତାତିଲେ ଅଭିଭାବକ । ଫଳରେ ଭଦ୍ରକ ବ୍ଲକ ବହୁଦରାଡ଼ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଶନିବାର ସ୍କୁଲ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଶିକ୍ଷୟିତ୍ରୀ ଲିଳିରାଣୀ ନାୟକଙ୍କ ବଦଳି ବାତିଲ ଦାବି ହୋଇଛି ।
