Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମେଟାର ବଡ଼ ଘୋଷଣା, ବନ୍ଦ ହୋଇଯିବ ମେସେଞ୍ଜର ଆପ୍‌

Posted on October 18, 2025

ଖୁବଶୀଘ୍ର ବନ୍ଦ ହୋଇଯିବ ମେଟାର ମେସେଞ୍ଜର ଆପ୍‌ । ୬୦ ଦିନ ପରେ ଏହି ଆପ୍‌ ଆଉ ବ୍ୟବହାର କରିପାରିବେ ନାହିଁ ୟୁଜର୍ସ । ଯଦି ଆପଣ ମେଟାର ମେସେଞ୍ଜର ଆପ୍ ବ୍ୟବହାର କରନ୍ତି, ତେବେ ଏହି ଖବରଟି ବିଶେଷ ଭାବରେ ଆପଣଙ୍କ ପାଇଁ । କମ୍ପାନୀ ନିକଟରେ ଘୋଷଣା କରିଛି ଯେ, ମେସେଞ୍ଜର ଆପ୍ ଖୁବଶୀଘ୍ର ବନ୍ଦ ହୋଇଯିବ ଏବଂ ଏହାକୁ ନେଇ ବ୍ୟବହାରକାଙ୍କୁ ସୂଚିତ କରାଯାଉଛି। ୬୦ ଦିନ ମଧ୍ୟରେ ଆପ୍ ସମ୍ପୂର୍ଣ୍ଣ ଭାବରେ କାମ କରିବା ବନ୍ଦ କରିଦେବ। ଆପ୍ ବନ୍ଦ ହେବା ପରେ, ଆପଣ ଫେସବୁକର ଅଫିସିଆଲ୍ ୱେବସାଇଟ୍ କିମ୍ବା Messenger.com ମାଧ୍ୟମରେ ମେସେଞ୍ଜର ବ୍ୟବହାର କରିପାରିବେ। 

ମେଟା ଟେକକ୍ରଞ୍ଚକୁ କହିଛି ଯେ, ଏହା ଡିସେମ୍ବର ୧୫ ତାରିଖରୁ ୱିଣ୍ଡୋଜ୍ ଏବଂ ମ୍ୟାକ୍ ପାଇଁ ମେସେଞ୍ଜର ଡେସ୍କଟପ୍ ଆପ୍ ବନ୍ଦ କରିବ। ଡିସେମ୍ବର ୧୫ ତାରିଖ ପରେ, ଆପଣ ଆପ୍‌ରେ ଲଗ୍ ଇନ୍ କରିପାରିବେ ନାହିଁ । ଯେତେବେଳେ ଆପଣ ମେସେଞ୍ଜର ଆପ୍ ଆକ୍ସେସ୍ କରିବାକୁ ଚେଷ୍ଟା କରିବେ ମେସେଞ୍ଜର ଆପଣଙ୍କୁ ଫେସବୁକ୍ ୱେବସାଇଟକୁ ରିଡାଇରେକ୍ଟ କରିଦେବ । ଆପଣ ନିର୍ଦ୍ଧାରିତ ତାରିଖ ସୁଦ୍ଧା ମେସେଞ୍ଜର ଆପ୍ ଅନଇନଷ୍ଟଲ୍ କରିବା ଉଚିତ, କାରଣ ଏହି ଆପ୍ ଆଉ କାମ କରିବ ନାହିଁ। 

ଆପ୍ ବନ୍ଦ ହେବା ପରେ ଚାଟଗୁଡ଼ିକ କ’ଣ ହେବ ତାକୁ ନେଇ ଚିନ୍ତିତ ୟୁଜର୍ସ ।  ମେଟା ପକ୍ଷରୁ କୁହାଯାଇଛି ଯେ, ଚାଟ୍ ହିଷ୍ଟ୍ରି ଉପଲବ୍ଧ ରହିବ । କିନ୍ତୁ ଏଥିପାଇଁ ପୂର୍ବରୁ ଆପଣ ସିକ୍ୟୁର ଷ୍ଟୋରେଜ୍‌ ଅପ୍ସନ ଅନ୍‌ ରଖିଥିବା ଦରକାର । ଏହି ଫିଚର ଆପଣଙ୍କର ଏନକ୍ରିପ୍ଟେଡ୍ ଚାଟ୍‌ଗୁଡ଼ିକୁ ଡିଭାଇସ୍‌ଗୁଡ଼ିକରେ ସେଭ୍ ଏବଂ ସିଙ୍କ୍ କରିବାକୁ ଅନୁମତି ଦିଏ । ଏହି ଫିଚର ଆପଣଙ୍କ ପାଖରେ ଅଛି କି ନାହିଁ ଜାଣିବେ କେମିତି ? ଆପର ସେଟିଂସରେ ପ୍ରାଇଭେସି ଓ ସେଫ୍ଟିକୁ ଯାଆନ୍ତୁ । ତା’ପରେ ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍ ଚାଟ୍’ କୁ ଯାଆନ୍ତୁ । ମେସେଜ୍‌ ଷ୍ଟୋରେଜରେ କ୍ଲିକ୍‌ କରି ଚେକ୍‌ କରିପାରିବେ ଯେ, ସିକ୍ୟୁର ଷ୍ଟୋରେଜ୍‌ ଅପ୍ସନ ଆକ୍ଟିଭ ଅଛି କି ନାହିଁ ।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme