Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

Posted on October 18, 2025

ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ପ୍ରକୃତିସୁନ୍ଦରୀ ଶିମିଳିପାଳ ଅଭୟାରଣ୍ୟ । ଜୈବ ବିବିଧତାରେ ଭରା ଶିମିଳିପାଳରେ ପର୍ଯ୍ୟଟନ ନୂତନ ଅନୁଭୂତି ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶିମିଳିପାଳକୁ ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ  ଯାନକୁ ପ୍ରବେଶ ଅନୁମତି କରିବେ । ଯଶିପୁର ଏବଂ କାଳିକାପ୍ରସାଦ ପାଶ୍ୱର୍ରୁ ୩୫ଟି  ଏବଂ ବାରିପଦା ପିଠାବଟା ତନଖି ଫାଟକ ଦେଇ ୨୫ଟି ଚାରିଚକିଆ ଯାନକୁ ପ୍ରବେଶ କରିବେ

ପିଠାବଟା ତନଖି ଫାଟକରୁ ପୂର୍ବାହ୍ନ ୮ଟାରୁ ୯ଟା ମଧ୍ୟରେ ଏବଂ ଯଶିପୁର  ଗେଟ୍‌ ଦେଇ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବେ । ସନ୍ଧ୍ୟା ୬ଟା ସୁଦ୍ଧା  ପର୍ଯ୍ୟଟକଙ୍କୁ ଫେରିବାକୁ ପଡ଼ିବ । ପ୍ରବେଶ ଅନୁମତି ପତ୍ର କେବଳ ୱେବସାଇଟ  ମାଧ୍ୟମରେ ପାଇପାରିବେ । ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ  ଯାନ ସହିତ ଜଣେ ଗାଇଡ୍‌ ନେବା ବାଧ୍ୟତାମୂଳକ କରାଯାଇଛି । ନିୟମାବଳୀ ଉଲ୍ଲଂଘନ  କଲେ ଆଇନ୍‌ ଅନୁଯାୟୀ ଦଣ୍ଡିତ ହେବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି ।  

ଏଥିସହ ସ୍ଥାନୀୟ ଇକୋ ଡେଭଲପ୍‌ମେଣ୍ଟ କମିଟି ଦ୍ୱାରା ପରିଚାଳିତ ଖୋଲା ଜିପ୍‌  ୱାଇଲ୍ଡ ଲାଇଫ୍‌ ସଫାରୀ ଗାଡି ବ୍ୟବହାର ନିମନ୍ତେ ପର‌୍ୟ୍ୟଟକଙ୍କୁ ୱେବସାଇଟ୍‌ ମାଧ୍ୟମରେ  ଆଗୁଆ ସଂରକ୍ଷଣ କରିବାକୁ ପଡ଼ିବ । ପ୍ରଥମ ୱାଇଲ୍ଡ ଲାଇଫ୍‌ ସଫାରି ସକାଳ ସାଢେ ୫ରୁ  ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ମଧ୍ୟରେ ଶେଷ ହେବ । ସେହିପରି ଦ୍ୱିତୀୟ ୱାଇଲ୍ଡ ଲାଇଫ୍‌  ସଫାରି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଚାରି ଘଣ୍ଟା ମଧ୍ୟରେ ଶେଷ ହେବ ବୋଲି ନିଷ୍ପତ୍ତି  ହୋଇଛି । ଯାତ୍ରୀନିବାସ ରାତ୍ରିଯାପନ ନିମନ୍ତେ ପର‌୍ୟ୍ୟଟକଙ୍କୁ ଅଗ୍ରୀମ ଆରକ୍ଷଣ କରିବାକୁ  ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme