
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ ଖୁଲନ୍ତା ଅବସ୍ଥାରେ ଜଣେ ନବ ବଧୂର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ବାରିହାପୁର ଗାଁର ଅନିତା ବାରିକ। ଅନିତା ଆଜକୁ ୮ ମାସ ତଳେ ବୈଦିକ ରୀତିରେ ବାରିହାପୁର ଗାଁର ଶ୍ରୀକାନ୍ତ ବାରିକକୁ ବିବାହ କରିଥିଲେ। ତେବେ ଯୌତୁକ ଜନିତ କାରଣରୁ ତାଙ୍କୁ ତାଙ୍କ ସ୍ୱାମୀ ଏବଂ ସ୍ବାମୀଙ୍କ ପରିବାର ଲୋକେ ନିର୍ଯ୍ୟାତନା ଦେଇ ଆସୁଥିବା ଥାନାରେ ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ୱାମୀ ଶ୍ରୀକାନ୍ତ ବାରିକ ଏବଂ ତାଙ୍କ ପରିବାର ଲୋକ ମିଶି ଅନିତାଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଅନିତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସେପଟେ ସ୍ୱାମୀ ଶ୍ରୀକାନ୍ତ ବାରିକକୁ ଅଟକ ରଖି ତଦନ୍ତ ଆରମ୍ଭ କରି ଦେଇଛି ପରଜଙ୍ଗ ପୋଲିସ।

