Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତେଲ କିଣା ପ୍ରସଙ୍ଗ ଉପରେ ଜବାବ ରଖିଲା ଭାରତ

Posted on October 17, 2025

ଋଷ ଠାରୁ ତେଲ କିଣା ପ୍ରସଙ୍ଗ ଉପରେ ଜବାବ ରଖିଲା ଭାରତ । ଟ୍ରମ୍ପଙ୍କ ଦାବିକୁ ନେଇ କେନ୍ଦ୍ର ସରକାର କହିଲେ ଦେଶର ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷାକୁ ଦିଆଯିବ ଅଗ୍ରାଧିକାର । ପୁଣି ଆମେରିକା ରାଷ୍ଟ୍ରପତିଙ୍କର ବିଭ୍ରାନ୍ତିକର ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରୁଷିଆଠାରୁ ଭାରତ ତେଲ କିଣିବା ବନ୍ଦ କରିବ ବୋଲି ଦାବି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ ହାଉସରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ଅତିଶୀଘ୍ର ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବ । ରୁଷିଆକୁ ଆର୍ଥିକ ଭାବେ ଏକ ଘରିକିଆ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଟ୍ରମ୍ପ । ତେବେ କିଛି ପ୍ରକ୍ରିୟା ପାଇଁ ଏହି ନିଷ୍ପତ୍ତି ତୁରନ୍ତ ନିଆଯାଇପାରିବ ନାହିଁ । କିନ୍ତୁ ଏହା ହେବ ବୋଲି ଟ୍ରମ୍ପ କହିଛନ୍ତି । ଏଥିସହ ମୋଦୀଙ୍କୁ ବନ୍ଧୁ ଓ ମହାନ ନେତା କହି ପ୍ରଶଂସା କରିଛନ୍ତି ଟ୍ରମ୍ପ । ଏହା ପରେ ସେ ଚୀନ ଉପରେ ମଧ୍ୟ ଏହିଭଳି ପଦକ୍ଷେପ ନେବା ପାଇଁ ଚାପ ପକାଇବେ ବୋଲି କହିଛନ୍ତି । ଗତ ମାସରେ ରୁଷିଆରୁ ଭାରତକୁ ତେଲ ରପ୍ତାନୀ ଦୈନିକ ୧ଦଶମିକ ୬୨ ନିୟୁତ ବ୍ୟାରେଲକୁ ବୃଦ୍ଧି ପାଇଥିଲା । ଯାହା ଭାରତର ସମୁଦାୟ ତେଲ ଆମଦାନୀର ପ୍ରାୟ ଏକ-ତୃତୀୟାଂଶ ଥିଲା । ରୁଷିଆର ତେଲ ଆମଦାନୀ ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଥିଲେ ଟ୍ରମ୍ପ । ଫଳରେ ଭାରତୀୟ ସାମଗ୍ରୀ ଉପରେ ଏବେ ୫୦ ପ୍ରତିଶତ ଶୁଳ୍କ ଆଦାୟ କରୁଛି ଆମେରିକା ।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଭାରତ ପ୍ରତିକ୍ରିୟା ରଖିଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଭାରତ ତୈଳ ଓ ଗ୍ୟାସର ଏକ ପ୍ରମୁଖ ଆମଦାନିକାରୀ ଦେଶ । ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ଆମର ଅଗ୍ରାଧିକାର । ଆମର ଆମଦାନୀ ନୀତି ଏହି ଲକ୍ଷ୍ୟ ଦ୍ୱାରା ସମ୍ପୂର୍ଣ୍ଣ ପରିଚାଳିତ ହେଉଛି । ଏହା ବିଶ୍ୱ ଶକ୍ତି ବଜାରରେ ଭାରତର ସତର୍କ ନୀତିକୁ ସୂଚାଏ । ଭାରତୀୟ ଶକ୍ତି ନୀତିର ଦୁଇଟି ପ୍ରମୁଖ ଲକ୍ଷ୍ୟକୁ ରଣଧୀର ଜୟସୱାଲ ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି, ବିସ୍ତୃତ ଆଧାର ଉପରେ ଧ୍ୟାନ ଦେଇ ଏବଂ ବଜାର ସ୍ଥିତି ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଏହା ଶକ୍ତି ସୁରକ୍ଷା ଓ ଅର୍ଥନୈତିକ ସ୍ଥିରତାକୁ ସୁନିଶ୍ଚିତ କରୁଛି। ସେପଟେ ରୁଷ ରାଷ୍ଟ୍ରଦୂତ ଭାରତର ପ୍ରତିକ୍ରିୟାକୁ ସମର୍ଥନ କରିଛନ୍ତି । ରୁଷ୍ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ କହିଛନ୍ତି, ଭାରତ ସରକାର ଦେଶର ଜାତୀୟ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖିଛନ୍ତି । ଆମର ଶକ୍ତି କ୍ଷେତ୍ରରେ ସହଯୋଗ ଏହି ସ୍ୱାର୍ଥ ଦ୍ବାରା ପରିଚାଳିତ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme