Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅନଲାଇନରେ ଅନ୍ନପ୍ରସାଦ ବିଜ୍ଞାପନ ପରେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆକ୍ସନ।

Posted on October 16, 2025

ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ଏକ ବଡ଼ ଅନଲାଇନ ଖାଦ୍ୟ ଡେଲିଭରୀ କଂପାନୀ ପକ୍ଷରୁ ବିଜ୍ଞାପନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆକ୍ସନ। କମ୍ପାନୀ ବିରୋଧରେ ଏତଲା। ପୁରୀ ସାଇବର ଥାନାରେ ଏତଲା ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନରେ ପ୍ରସାଦ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି। ଏଭଳି ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନି। ତୁରନ୍ତ ଏ ବିଜ୍ଞାପନକୁ ଅପସାରଣ ପାଇଁ ଗୁରୁତ୍ବ ଦିଆଯାଉଥିବ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି।
ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢା ଅନଲାଇନରେ ଯୋଗାଇ ଦେବାକୁ ବିଜ୍ଞାପନ ଦେଇଥିଲା ଏହି ସଂସ୍ଥା । କେବଳ ଅବଢ଼ା ନୁହେଁ ମାଆ ତାରିଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ମିଳିବ ବୋଲି ଏହି ବିଜ୍ଞାପନରେ ଦର୍ଶାଯାଇଥିଲା। କାର୍ତ୍ତିକ ମାସ ପାଇଁ ଏହି ଅଫର ରଖିଛି ଏହି ଅନଲାଇନ ଖାଦ୍ୟ ଡେଲିଭରୀ ଆପ୍ । ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ ଭାଇରାଲ୍ ହେବା ପରେ ସବୁଠି ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ମାମଲାରେ ଏନେଇ ସଂପୃକ୍ତ ଖାଦ୍ୟ ଡେଲିଭରୀ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme