Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଣାର୍କରୁ ଅପହରଣ, ପାରାଦୀପରୁ ଉଦ୍ଧାର

Posted on October 16, 2025

କୋଣାର୍କ ନିକଟସ୍ଥ ବନାଖଣ୍ଡି ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରୁ ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ। କାର୍‌କୁ ଅଟକାଇ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକଙ୍କୁ ଉଠାଇନେଲେ ୭ ଯୁବକ। ପାରାଦୀପଗଡ଼ରୁ ଅପହୃତ ଯୁବକ ଉଦ୍ଧାର। ରାଜ୍ୟ ଓ ରାଜ୍ୟ ବାହାର ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ସ୍ପେଶାଲ୍ ଟିମ୍। ଅପହରଣକାରୀ ୪ ଯୁବକଙ୍କୁ ମେରାଇନ୍‌ ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଛି । ସେମାନେ ହେଲେ ପାରାଦୀପଗଡ଼ର ନିରୁଦ ମହରଥାଙ୍କ ପୁଅ ନିର୍ଭୟ ମହାରଥା, ପଶ୍ଚିମବଙ୍ଗ କସାରପୁର ସେକ୍‌ ବାକି ବୁଲା, ସୁଲତାନ ଅହମଦ ଖାଁ ଓ ଚଞ୍ଚଲ ଜାନା ବୋଲି ଜଣାପଡ଼ିଛି ।

ଭୁବନେଶ୍ୱର ଖଣ୍ଡଗିରି ଥାନା ସରକନ୍ତରା ଗ୍ରାମର ଅଶୋକ କୁମାର ସାହୁ ତଥା ଅପହୃତ ହୋଇଥିବା ଜୟ ଚକ୍ରବର୍ତ୍ତୀଙ୍କ ସାଙ୍ଗଙ୍କ ଅଭିଯୋଗ ଅନୁଯାୟୀ, ୧୪ ତାରିଖରେ ଦୁଇ ସାଙ୍ଗ ଭୁବନେଶ୍ୱରରୁ ବାହାରି ପୁରୀ ଓ କୋଣାର୍କ ବୁଲି ଭୁବନେଶ୍ୱର ଫେରୁଥିଲେ। ବନାଖଣ୍ଡି ପେଟ୍ରୋଲ ପମ୍ପରେ ତେଲ ପକାଇ ମୁଖ୍ୟ ରାସ୍ତାକୁ ଆସିବା ସମୟରେ ହଠାତ୍ ଦୁଇ ଯୁବକ ବୁଲେଟରେ ଆସି ତାଙ୍କ ଗାଡ଼ି ଅଟକାଇ ଜୟଙ୍କୁ ବାହାରକୁ ଡାକିଥିଲେ । ଜୟ ବାହାରକୁ ନ ଆସିବାରୁ ନିକଟରେ ଥିବା ଏକ ନାଲି କାର ଭିତରୁ ଦୁଇଜଣ ଯୁବକ ତାଙ୍କୁ କାରରୁ ବାହାରକୁ ଭିଡ଼ି ଆଣି ନାଲି କାରରେ ବସାଇ କୋଣାର୍କ ଅଭିମୁଖେ ନେଇଯାଇଥିଲେ । ​​​​​​​

ଅଶୋକଙ୍କ ଅଭିଯୋଗ କ୍ରମେ ଅତିରିକ୍ତ ଏସପି ସଚିନ ପଟେଲ ଓ କୋଣାର୍କ ପୁଲିସ ଘଟଣାର ତଦନ୍ତ କରିବା ସହ ରାସ୍ତାରେ ଲାଗିଥିବା ବିଭିନ୍ନ ସି ସି କ୍ୟାମେରା ଯାଞ୍ଚ କରିଥିଲେ। ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅପହୃତ ଯୁବକଙ୍କୁ ଉଦ୍ଧାର ଓ ଅପହରଣକାରୀମାନଙ୍କୁ ଧରିବା ପାଇଁ ତିନୋଟି ସ୍ପେଶାଲ୍ ଟିମ ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ କରିଥିଲା। ଜୟଙ୍କ ସାଙ୍ଗ ଅଶୋକଙ୍କ ସୂଚନା ଅନୁଯାୟୀ ୨୦ଦିନ ପୂର୍ବରୁ ଚଞ୍ଚଳ ଜେନା ନାମକ ଜଣେ ବ୍ୟକ୍ତି ଜୟ ଓ ତାଙ୍କ ଭଉଣୀଙ୍କୁ ଦିଘାରୁ ଉଠାଇ ନେଇଥିଲେ । ହଳଦିଆ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ଏ ସମ୍ପର୍କରେ ହଳଦିଆ ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଘଟଣା ଦିନ ମଧ୍ୟ ଚଞ୍ଚଳ ଜେନା ଜୟଙ୍କ ଭଉଣୀକୁ ଫୋନ୍ କରି ଟଙ୍କା ମାଗୁଥିଲେ ବୋଲି ଅଶୋକ ପୁଲିସକୁ କହିଛନ୍ତି । ଟଙ୍କା କାରବାରକୁ ନେଇ ଜୟଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି କୋଣାର୍କ ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି । ତେବେ ଏହି ଅପହରଣ ପଛରେ ଚଞ୍ଚଳ ଜେନା ନାମକ ବ୍ୟକ୍ତିର ସଂପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରି ତଦନ୍ତ ଚଳାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme