Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ରବି ନାୟକଙ୍କ ପରଲୋକ

Posted on October 15, 2025

ଗୋଆର କୃଷି ମନ୍ତ୍ରୀ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ରବି ନାୟକଙ୍କ ହାର୍ଟଆଟାକରେ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କ ବାସଭବନରେ ହାର୍ଟଆଟାକ ହେବା ଯୋଗୁଁ ତାଙ୍କ ଜୀବନ ଚାଲିଯାଇଛି । ତାଙ୍କୁ ଏକ ପ୍ରାଇଭେଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ରାତି ୧ ଟାରେ ପରଲୋକ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।

ତାଙ୍କର ପତ୍ନୀ, ଦୁଇଜଣ ପିଲା, ଜଣେ ବୋହୂ ଏବଂ ୩ ଜଣ ନାତି-ନାତୁଣୀ ରହିଛନ୍ତି । ତାଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୩ଟାରେ ହେବ । ତାଙ୍କ ପାର୍ଥିବ ଶରୀରକୁ ପୋଣ୍ଡାର ଖଡପାବାନ୍ଧ ସ୍ଥିତି ତାଙ୍କ ବାସଭବନରେ ରଖାଯାଇଛି । ଏଠାରେ ହଜାର ହଜାର ଲୋକ ଶ୍ରଦ୍ଧାଞ୍ଜଳି ଦେବାକୁ ଏକାଠି ହୋଇଛନ୍ତି ।

ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦି ଏକ୍ସରେ ଲେଖିଛନ୍ତି, ଗୋଆ ସରକାରରେ ଥିବା ମନ୍ତ୍ରୀ ଶ୍ରୀ ରବି ନାୟକଜୀଙ୍କ ନିଧନରେ ମୁଁ ଦୁଃଖିତ । ସେ ଜଣେ ଅନୁଭବୀ ପ୍ରଶାସନ ଏବଂ ସମର୍ପିତ ଲୋକ ସେବକ । ସେ ଗୋଆର ବିକାଶ ପଥକୁ ସମୃଦ୍ଧି କରିଥିଲେ । ଏଭଳି ଦୁଃଖ ସମୟରେ ମୋ ସମବେଦନା ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ରହିଛି । ଓଁ ଶାନ୍ତି ।

ସେହିପରି ଗୋଆର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme