Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୋରମ ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଅଟକ

Posted on October 15, 2025

ପୁଲିସ ଟାର୍ଗେଟରେ ମାଫିଆ । ସମସ୍ତଙ୍କୁ ଚକମା ଦେଇ ଗଳା ବାଟରେ ମୋରମ ଚୋରା ଚାଲାଣ କରି ଖସି ଯାଉଥିବା ମାଫିଆଙ୍କୁ ମାଡି ବସିଲା ପୁଲିସ। ୬ଟି ମୋରମ ବୋଝେଇ ଟ୍ରାକ୍ଟର ଜବତ କରି ୬ ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ। ଗିରଫ ଡ୍ରାଇଭର ହେଲେ ବୃନ୍ଦାବନ ଟୁଡୁ, ଭାନୁ ପ୍ରତାପ ସିଂ,ବାପୁନ ପାତ୍ର, ଗୁନାରାମ ଟୁଡୁ, ତପୁ ପାଲ ଏବଂ ଗୁଣ ନାଏକ। ମୟୂରଭଞ୍ଜ ଜିଲ୍ଲା ଅନନ୍ତପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି 

ସୂଚନା ମୁତାବକ, ଉଦଳା ଥାନା ପଥୁରିଆ ଅଞ୍ଚଳରେ ଚୋରା ମୋରମ ଖାଦାନରୁ ମୋରମ ଚାଲାଣ ହେଉଥିବା ନେଇ ଉଦଳା ପୁଲିସ ଖବର ପାଇଥିଲା। ଖବର ପାଇ ପୁଲିସ ଅନନ୍ତପୁର ଅଞ୍ଚଳରେ ଚଢ଼ାଉ କରିଥିଲା । ମାଫିଆମାନେ ମୋରମ ନେଇ ଯାଉଥିବା ୬ ଗୋଟି ଟ୍ରାକ୍ଟର ପୁଲିସ ହାବୁଡ଼ରେରେ ପଡିଥିଲା। ପୁଲିସ ୬ ଗୋଟି ମୋରମ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହିତ ସମସ୍ତ ଟ୍ରାକ୍ଟରର ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହି ଚଢ଼ାଉ ପରେ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। 

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme