Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିୟୋଜିତ ହେବେ ଅଧିକ ସୁରକ୍ଷାକର୍ମୀ, ବଢ଼ିବ ସର୍ଭିଲାନ୍ସ କ୍ଷମତା

Posted on October 14, 2025

ସରିଲା ଶ୍ରୀମନ୍ଦିର ସବ୍‌ କମିଟି ବୈଠକ।  ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଡ. ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଶ୍ରୀମନ୍ଦିରକୁ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବାରଣ କରାଯିବ। କୌଣସି ପୁଲିସ କିମ୍ବା ସେବାୟତ ମନ୍ଦିରକୁ ମୋବଇଲ୍‌ ନେଇପାରିବେନି। ଆଗକୁ ୱାକିଟକି ବ୍ୟବସ୍ଥା ହେବ କହିଲେ ସୁରକ୍ଷା ସବ-କମିଟି ମୁଖ୍ୟ ଡ. ଗିରିଶ ଚନ୍ଦ୍ର ମୁର୍ମୁ। ଏହି ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ମଙ୍ଗଳବାର ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଥମ ସବ୍‌-କମିଟି ବୈଠକରେ ମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି । ଏନେଇ ସୁରକ୍ଷା ସବ୍‌-କମିଟି ମୁଖ୍ୟ କହିଛନ୍ତି ଯେ, ବଡ଼ଦେଳର ସୁରକ୍ଷା ପ୍ରଣାଳୀକୁ ଆହୁରି ସୁଦୃଢ଼ ହେବ। ସୁରକ୍ଷା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ଅଧିକ ସୁରକ୍ଷା କର୍ମୀ ନିୟୋଜିତ କରାଯିବ।ଅତ୍ୟାଧୁନିକ ସରଞ୍ଜାମ,ସିକ୍ୟୁରିଟି ଡ୍ରିଲ୍ ପ୍ରୋଟୋକଲ ସର୍ଭେଲାନ କ୍ଷମତାକୁ ବଢ଼ାଯିବା ନେଇ ନିଷ୍ପତ୍ତି ହୋଇଛି । ଏଥି ସହିତ ଶ୍ରୀକ୍ଷେତ୍ରକୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନ କରାଯିବ। ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ରେଡ୍ ଜୋନ୍ ଘୋଷଣା ହୋଇଥିବା ବେଳେ ନୋ ଫ୍ଲାଇଂ ଜୋନ୍ କରାଯାଇଛି। ଆଗକୁ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ନିୟୋଜ ଥିବା ସୁରକ୍ଷାକର୍ମୀଙ୍କ ପାଇଁ ଓ୍ବାକିଟକି ବ୍ୟବସ୍ଥା କରାଯିବ । କେତେକ ଜିନିଷ ଶ୍ରୀମନ୍ଦିର ପ୍ରଶାସନ କରିବ, ବାକି କିଛି ସରକାର କରିବେ। କାହାକୁ ହଇରାଣ କରିବାକୁ ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା ହେବ। ଦେଶର ଅନ୍ୟ ବଡ଼ ବଡ଼ ମନ୍ଦିରର ସୁରକ୍ଷା ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ଡ. ଗିରିଶ୍ ଚନ୍ଦ୍ର ମୁର୍ମୁ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme