Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟାୱାର ଉଡ଼ାଇଦେଲେ ମାଓବାଦୀ, ଲଗାଇଲେ ଧମକପୂର୍ଣ୍ଣ ପୋଷ୍ଟର 

Posted on October 14, 2025

ରାଉରକେଲାରେ ଉପସ୍ଥିତି ଜାହିର କଲେ ମାଓବାଦୀ। ଛୋଟାନାଗରା ଥାନା ଅନ୍ତର୍ଗତ ବହଦା ଗ୍ରାମରେ ଉଡ଼ାଇଦେଲେ ଏୟାରଟେଲ୍ ଟାୱାର। ଲଗାଇଲେ ମାଓ ପୋଷ୍ଟର। ଗତ ୨ ଦିନ ତଳେ ମାଓବାଦୀମାନେ ଜରେଇକେଲା ଥାନା ଅନ୍ତର୍ଗତ କୋଲବଙ୍ଗାରେ ଏକ ମୋବାଇଲ ଟାୱାର ଉଡ଼ାଇ ଦେଇଥିଲେ। ଏହି ଘଟଣାର ୪୮ ଘଣ୍ଟା ପରେ ଗତକାଲି ବିଳମ୍ଵିତ ରାତିରେ ମାଓବାଦୀମାନେ ପୁଣି ଏକ ଟାୱାର ଉଡ଼ାଇ ଦେଇଛନ୍ତି। 

ବହଦା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସୋମବାର ରାତି ପ୍ରାୟ ୧ଟାରେ ୧୨ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଗାଁକୁ ଆସିଥିଲେ। ଗ୍ରାମବାସୀଙ୍କୁ ଘରୁ ନ ବାହାରିବା ଲାଗି କହିଥିଲେ। ଏହା ପରେ ସେମାନେ ମୋବାଇଲ ଟାୱାରକୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ। ଏହି ସମୟରେ ଜୋରଦାର୍ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦରେ ଚତୁର୍ଦ୍ଦିଗ କମ୍ପଥିଲା। ମାଓବାଦୀମାନେ ସେଠାରେ ପୋଷ୍ଟର ଲଗାଇବା ସହ ଆମ ସାଥୀମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବୁ ବୋଲି ନାରା ଦେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଏହି ଘଟଣା ପରେ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଆଜି ସକାଳେ ଯବାନମାନେ ସେଠାରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।

 

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme