
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବ। ଏହା ପରେ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା, ଯାହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୧ ତାରିଖରେ ନାମାଙ୍କନ ଯାଞ୍ଚ ଏବଂ ୨୩ ତାରିଖ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ରହିବ। ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା।
ନଭେମ୍ବର ୧୧ରେ ହେବ ଭୋଟ ଓ ୧୪ ତାରିଖରେ ଗଣନା। ଏପରିସ୍ଥିତିରେ ବିଜେଡି, ବିଜେପି ଓ କଂଗ୍ରେସ ତିନୋଟି ଦଳ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୀଘ୍ର ପିଏସି ବୈଠକ ଡାକି ପ୍ରାର୍ଥୀ ନିର୍ଦ୍ଧାରଣ କରିବେ। ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା ନକରିଥିଲେ, ଦଳ କହିଛି ଦିଲ୍ଲୀରୁ ଗ୍ରୀନ ସିଗ୍ନାଲ ମିଳିଲେ ଘୋଷଣା ହେବ। ଏପରିସ୍ଥିତିରେ କଂଗ୍ରେସ ଆଗରୁ ଘାସିରାମ ମାଝୀଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି।

