
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ ୮ ଦିନ ହେଲେ ମଧ୍ୟ ଅଭିଯୁକ୍ତ ଧରାପଡିନାହାନ୍ତି। ପୋଲିସର ତିନୋଟି ଟିମ ଖଲ୍ଲିକୋଟ, ପୋଲସରା, ପାଟପୁର ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଚଢ଼ାଉ କରିଛି। ପାଟପୁର ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ହେଉଛି ଓ ଅନେକ ଜଣଙ୍କୁ ପଚରାଉଚରା କରାଯାଉଛି। ପୋଲିସ କିଛି ଜେଲ ଫେରନ୍ତା ଅପରାଧୀ ଓ ଜନୈକ କର୍ପୋରେଟରଙ୍କୁ ମଧ୍ୟ ଜେରା କରିଛି।
୧୨ କୋଟି ଟଙ୍କା ମୂଲ୍ୟର ଜମି ବିବାଦକୁ ନେଇ ଏହି ହତ୍ୟା ଘଟିଥିବା ସନ୍ଦେହ ଜୋରଦାର ହୋଇଛି। ଏହି ବିବାଦରେ କିଛି ବ୍ୟବସାୟୀ ଓ ନେତାମାନେ ସାମିଲ ଥିବା ଖବର ମିଳୁଛି। ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ ଜାରି ରଖିଥିବା ବେଳେ ଅଭିଯୁକ୍ତ ଧରାପଡିନଥିବାରୁ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠିଛି।

