Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶରୀରରେ ଷ୍ଟିକର ମାରି ନେଉଥିଲେ ଗଞ୍ଜେଇ, ମାଡ଼ି ବସିଲା ପୁଲିସ

Posted on October 13, 2025

ନୂଆ ଷ୍ଟାଇଲରେ ଗଞ୍ଜେଇ ଚାଲାଣ । ଦେହ ସାରା ଷ୍ଟିକର ମାରି କରୁଥିଲେ ଗଞ୍ଜେଇ ଚାଲାଣ । ଖବର ପାଇ ମାଡ଼ି ବସିଲା ପୁଲିସ । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଉଛନ୍ତି ଆରିପିଏଫ ମଧ୍ୟପ୍ରଦେଶର ଗଜାନନ ବହଲେରାଓ, ସଞ୍ଜୁ ଶର୍ମା, ରାହୁଲ ଶର୍ମା, ସେବକ ରାମ ଶର୍ମା, ଦଳଚାନ୍ଦ ଶର୍ମା, ରାଜେଶ ଶର୍ମା। ତାଙ୍କ ନିକଟରୁ ୨୨ କିଲୋ ୯୨୦ ଗ୍ରାମ ଗଞ୍ଜେଇ ଜବତ କରିଛି ଟିଟିଲାଗଡ଼ ଆରବିଏଫ ।​​​​​​​

ସୂଚନା ମୁତାବକ, ଟିଟିଲାଗଡ଼ ରେଳ ଷ୍ଟେସନର ଦେଇ କିଛି ମାଫିଆ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ରେଳବାଇ ପୁଲିସ ଷ୍ଟେସନ ଇନଚାର୍ଜ ଟିଟିଲାଗଡ଼ ସବ-ଇନିସପେକ୍ଟର ବିନୟ କୁମାର ଭୋଇ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇଥିଲେ। ପରେ ଟିଟିଲାଗଡ଼ ରେଳ ଷ୍ଟେସନର ୧ନଂ ପ୍ଲାଟ୍‌ଫର୍ମ ରାସ୍ତା ଦେଇ ପଛପଟେ ପ୍ରବେଶ କରୁଥିବା ବେଳେ ୬ଜଣ ମାଫିଆ ଆରପିଏଫ୍ ଦେଖିଥିଲା। ସନ୍ଦେହ ହେବାରୁ ସେମାନଙ୍କୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ କରିବା ବେଳେ ଗଞ୍ଜେଇ ଚାଲାଣର ନୂଆ ତରିକା ଦେଖିବାକୁ ପାଇଥିଲା ଆରପିଏଫ । ମାଫିଆ ମାନେ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ କରୁଥିଲେ । ପ୍ରତ୍ୟେକ ବ୍ୟକ୍ତି ଶରୀରରେ ଏକ କପଡ଼ା ବ୍ୟାଗ୍  ଷ୍ଟିକର ସାହାଯ୍ୟରେ ବାଇଣ୍ଡିଂ କରି ସେଥିରେ ଗଞ୍ଜେଇ ଭର୍ତ୍ତି କରିଥିଲେ । ଏହି ଗଞ୍ଜେଇ ରାୟପୁର ଦେଇ ଭୋପାଳକୁ ଚାଲାଣ ହେଉଥିବା ଜଣାପଡ଼ିଛି । ପୁଲିସ ୨୨କିଲୋ ୯୨୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨,୨୨,୦୦୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme