
ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ୱାରା ଚୀନ ବିରୋଧରେ ୧୦୦ ପ୍ରତିଶତ ଟାରିଫ ଲାଗୁ କରାଯାଇଥିବାକୁ ନେଇ ଚୀନ ତିବ୍ର ଅସନ୍ତୋଷ ପ୍ରକାଶ କରିଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏହାକୁ “ଦୋମୁହାଁ ନୀତି” ବୋଲି କହି ଟ୍ରମ୍ପଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାର ଟାରିଫ ବିରୋଧୀ ଯୁଦ୍ଧରେ ଚୀନ ଲଢେଇ କରିବାକୁ ପ୍ରସ୍ତୁତ।
ଗତକାଲି ଟ୍ରମ୍ପଙ୍କ ନୂତନ ଘୋଷଣା ପରେ ଚୀନ ଉପରେ ମୋଟ ଟାରିଫ ଭାର ୧୩୦ ପ୍ରତିଶତ ପହଞ୍ଚିଛି। ଚୀନର ବାଣିଜ୍ୟ ମନ୍ତ୍ରାଳୟ ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରି, ଏହାକୁ ଅନ୍ୟାୟ ଓ ଅନୁଚିତ ବୋଲି ବର୍ଣ୍ଣନା କରିଛି।
ଆସନ୍ତା ନଭେମ୍ବର ୧ରୁ ଏହି ନୂତନ ଟାରିଫ ପ୍ରଭାବୀ ହେବ। ଏହା ଫଳରେ ଚୀନର ରପ୍ତାନି ମେଳା ଏବଂ ଶିଳ୍ପ ମେଦାନରେ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ବାଣିଜ୍ୟିକ ଉତ୍ତେଜନା ଅଧିକ ହୋଇଛି।
