Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲେଡିଜ୍ ହଷ୍ଟେଲ ରୁମ୍‌ରେ ପଶି ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

Posted on October 13, 2025

ଲେଡିଜ୍ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଲେଡିଜ୍ ହଷ୍ଟେଲ ଗେଟ୍ ଡେଇଁ ପ୍ରଥମ ମହଲାରେ ଶୋଇଥିବା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ଭୁବନେଶ୍ଵର ଶୈଳଶ୍ରୀବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। 

ସୂଚନାନୁଯାୟୀ, ଭୁବନେଶ୍ଵର ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ଏକ ଲେଡିଜ୍ ହଷ୍ଟେଲ୍ ଗେଟ୍ ଡେଇଁ ଜଣେ ଦୁର୍ବୃତ୍ତ ପଶି ଯାଇଥିଲେ। ପ୍ରଥମ ମହଲରେ ଶୋଇଥିବା ଜଣେ ଯୁବତୀଙ୍କ ରୁମ୍‌ରେ ପଶି ଅସଦାଚରଣ କରିଥିଲେ। ବିଲ୍ଡିଂର ଅନ୍ୟ ରୁମ୍ ଗୁଡ଼ିକୁ ବାହାର ପଟୁ ଲକ୍ କରିଦେଇଥିଲେ। ଫଳରେ ଅନ୍ୟ ଅନ୍ତେବାସୀ ବାହାରକୁ ବାହାରି ପାରିନଥିଲେ। ବାଥରୁମ୍ ଭିତରେ ଥିବା ଯୁବତୀଙ୍କ ରୁମ୍ ମେଟ୍ ଆସି ଯିବାରୁ ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳି ଯାଇଥିଲା। ଦୁଇ ଯୁବତୀ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି କରି ଖଣ୍ଡିଆ ଖାବରା ହୋଇଛନ୍ତି। ଯୁବକ ଜଣଙ୍କ ଧାରୁଆ ଅସ୍ତ୍ର ଦେଖାଇବା ସହ ଏକାଧିକ ଲୋକଙ୍କୁ ଆକ୍ରମଣ କରି ଖସି ପଳାଇଛି। ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଯାଞ୍ଚ କରିବା ସହ ହଷ୍ଟେଲ ମାଲିକଙ୍କୁ ଚନ୍ଦ୍ରଶେଖର ଥାନା ପୁଲିସ ପଚରାଉଚରା କରୁଛି। 

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme