Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୌସୁମୀ ପ୍ରତ୍ୟାବର୍ତ୍ତନ, ୧୧ ଜିଲ୍ଲାକୁ ଆଲର୍ଟ

Posted on October 13, 2025

 ସୋମବାରଠାରୁ ରାଜ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ  ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲଙ୍ଗାନାର କିଛି  ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ  କରିଛି ।

ସୋମବାର ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି  ସହ ସ୍ୱଳ୍ପ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,  କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର  କିଛି ସ୍ଥାନରେ ବର୍ଷା ସହ ୩୦ରୁ ୪୦କିମି ବେଗରେ ପବନ ବି ବହିବାର ଆଶଙ୍କା  ଅଛି । ସେହିଭଳି ୧୪ ତାରିଖ(ମଙ୍ଗଳବାର) ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା  ବର୍ଷା ହୋଇପାରେ ।

ରବିବାର କୋରାପୁଟରେ ୧୧.୪ ମିମି ବର୍ଷା ହୋଇଛି । ଗତ  ୨୪ ଘଣ୍ଟାରେ ଝାରସୁଗୁଡ଼ା ଦେଓଗାଁରେ ୭୫.୨ମିମି, କଳାହାଣ୍ଡି ଗୋଲାମୁଣ୍ଡାରେ  ୫୬, ନବରଙ୍ଗପୁର ତେନ୍ତୁଲିଖୁଣ୍ଟିରେ ୫୦, କୋରାପୁଟ ବନ୍ଧୁଗାଁରେ ୪୪, ବଲାଙ୍ଗିର  ବଙ୍ଗମୁଣ୍ଡାରେ ୪୦, କଳାହାଣ୍ଡି ଥୁ.ରାମପୁରରେ ୩୫, ନୂଆପଡ଼ା ସିନାପାଲ୍ଲୀରେ  ୩୦, ନବରଙ୍ଗପୁର ପାପଡ଼ାହାଣ୍ଡିରେ ୨୯, ରାୟଗଡ଼ା ବିଷମକଟକରେ ୨୮.୪  ଓ ମାଲକାନଗିରିରେ ୨୮.୨ ମିମି ବର୍ଷା ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme