
କାମାକ୍ଷାନଗରରେ ମାତିଛି ମହାବଳ। ଷଣ୍ଢକୁ ମାରି ଖାଇଲା ବାଘ। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ବାଘଟି ଏକ ଗାଈକୁ ଆକ୍ରମଣ କରିଥିବା ବେଳେ ଆଜି କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ଏକ ଷଣ୍ଢକୁ ମାରି ଖାଇଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାଘକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି।
ସୂଚନା ଥାଉକି, ବାଘଟି ଗତ ଚାରି ଦିନ ଧରି ଆତଙ୍କ ଖେଳାଇଥିବା ବେଳେ ବନ ବିଭାଗ ଆଜି ପର୍ଯ୍ୟନ୍ତ ବାଘଟିକୁ ଧରିବାକୁ ସକ୍ଷମ ହୋଇ ପାରୁନାହିଁ। ବାଘଟି ଜଙ୍ଗଲରୁ ବାହାରି ନିକଟରେ ଥିବା ଗାଁ ଗୁଡିକରେ ପଶି ଗାଈଗୋରୁଙ୍କୁ ଶିକାର କରିବାରେ ଲାଗିଛି। ଯାହାଫଳରେ ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀମାନେ ଆତଙ୍କିତ ଥିବାବେଳେ ବାଘର ଗତିବିଧିକୁ ଲକ୍ଷ୍ୟ କରି ତୁରନ୍ତ ଘଉଡ଼ାଇବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି। ବନ ବିଭାଗର ସ୍ୱତନ୍ତ୍ର ଟିମ୍ ବାଘର ଗତିବିଧି ଉପରେ ନଜର ରଖିଛନ୍ତି।

