Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

Posted on October 11, 2025

ଜଣେ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକ ଛପୁଳିଆ ପୋଲ ତଳ ନୟନଯୋରୀରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । କିଏ ଏବଂ କାହିଁକି ଏପରି କରିଛି, ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ, ଶନିବାର ସକାଳୁ ନବଜାତ ଶିଶୁଟି ପାଣିରେ ଭାସୁଥିବା ସ୍ଥାନୀୟଲୋକ ଦେଖିଥିଲେ । ଖବର ପ୍ରଘଟ ହେବା ପରେ ଉକ୍ତ ସ୍ଥାନରେ ଲୋକ ରୁଣ୍ଡ ହୋଇଥିଲେ । ମୃତଦେହଟି ସଦ୍ୟ ନବଜାତକ ବୋଲି ସ୍ଥାନୀୟଲୋକ ପ୍ରକାଶ କରିଛନ୍ତି । ତେବେ କିଏ ଏବଂ କାହିଁକି ଉକ୍ତ ସ୍ଥାନରେ ମୃତଦେହ ପକାଇଲା, ତାକୁ ନେଇ ଚର୍ଚ୍ଚା ବଢିଛି । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ତେବେ ସ୍ଥାନୀୟ ଅଞ୍ଚଳରେ ଅନେକ ଘରୋଇ ନର୍ସିଂ ହୋମ୍ ରହିଛି । ପିଲା ଜନ୍ମ ପରେ ମୃତ ବୋଲି ଜଣା ପଡିବା ପରେ କେହି ଏଭଳି କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି । ଏହା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଭଦ୍ରକ ସହରରେ ନିୟମିତ ଭାବରେ ଏଭଳି ଘଟଣା ଘଟୁଛି । ତେଣୁ ପୁଲିସ ଏହାର ତଦନ୍ତ କରି ସତ ସାମ୍ନାକୁ ଆଣିବାକୁ କରିବାକୁ ଦାବି ହେଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme