Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବୈତରଣୀ ନଦୀ ଟାପୁରେ ଫସିଛନ୍ତି ୩୦ ଟିକିଆ ହାତୀପଲ

Posted on October 11, 2025

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ନିକଟ ବୈତରଣୀ ନଦୀରେ ଫସିଛନ୍ତି ହାତୀପଲ। ଶନିବାର ସକାଳେ ୩୦ ଟିକିଆ ହାତୀପଲ ନଦୀ ଭିତରେ ଥିବା ଟାପୁରେ ଫସି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ବନବିଭାଗ ପହଞ୍ଚି ହାତୀପଲକୁ ଜଗି ରହିଛନ୍ତି।

ସୂଚନାନୁଯାୟୀ, ଏକ ୩୦ ଟିକିଆ ହାତୀପଲ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଗତକାଲି ଦିନ ତମାମ ନିହ୍ନୁଆ ଜଙ୍ଗଲରେ ଡେରା ପକାଇଥିଲେ। ସନ୍ଧ୍ୟାରେ ହାତୀପଲ ଜଙ୍ଗଲରୁ ବାହାରି ଝାରବେଡ଼ା ଦେଇ ୪୯ ନମ୍ଵର ଜାତୀୟ ରାଜପଥ ପାର୍ ହୋଇ ତ୍ରୀବିନ୍ଧା ଗ୍ରାମରେ ପଶିଥିଲେ। ସେଠାରୁ ବିଳମ୍ବିତ ରାତିରେ ବୈତରଣୀ ନଦୀ ପାର ହେଉଥିବା ବେଳେ ହାତୀପଲ ନଦୀ ଭିତରେ ଥିବା ଏକ ଟାପୁରେ ଫସି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ବନବିଭାଗ ପହଞ୍ଚି ହାତୀପଲକୁ ଜଗି ରହିଛନ୍ତି। ଏହି ପଲରେ ୧୧ଟି ବଡ଼ ହାତୀ, ୧୨ଟି ମାଈ ହାତୀ, ୭ଟି ଛୁଆ ହାତୀ ଥିବା ଜଣାପଡିଛି। ହାତୀଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଜମୁଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme