
ବାଣ ବିସ୍ଫୋରଣରେ ମାଆ ପୁଅ ଗୁରୁତର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶାଳିକୋଠା ଗାଁରେ ଅଭାବନୀୟ ଘଟଣା ଘଟିଛି । ବାଣ ତଆରି ବେଳେ ବିସ୍ଫୋରଣ ହେବାରୁ ମାଆ ପୁଅ ଗୁରୁତର ହୋଇଛନ୍ତି । ଗତକାଲି ସଂଧ୍ୟାରେ ଶାଳିକୋଠା ଗାଁର ସୁନିତା ଦତ୍ତଙ୍କୁ ସେହି ଗାଁର ଜଣେ ବାଣ ବ୍ୟବସାୟୀ ବାଣ ତିଆରି ପାଇଁ କଞ୍ଚା ବିସ୍ଫୋରକ ସାମଗ୍ରୀ ଦେଇଥିଲେ ।
ସୁନିତା ବାଣ ତିଆରି କରୁଥିବା ବେଳେ ତାଙ୍କର ୧୦ ବର୍ଷର ପୁଅ ଅସାଵଧାନତା ହେତୁ ମଶା ଧୂପ ଜଳାଇ ଦେଇ ଥିଲେ । ଧୂପ ନିଆଁ ବାଣରେ ପଡ଼ିବାରୁ ବିସ୍ଫୋରଣ ହୋଇଥିଲା । ଗୁରୁତର ମାଆ ପୁଅଙ୍କୁ ପ୍ରଥମେ ଜଳେଶ୍ବର ମେଡିକାଲ ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ତଦନ୍ତ ଆରମ୍ଭ କରିଛି ।
