
ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ। ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ମୃତ ମହିଳା ଜଣକ ଟୁରୀ ଦେହୁରୀ ବୋଲି ଜଣାପଡ଼ିଛି । ହତ୍ୟାକାରୀ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅସନକୁଦର ଗାଁର ଖଡ଼ିଆସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଖବର ଅନୁଯାୟୀ, ଘରୋଇ କଳିକୁ କେନ୍ଦ୍ର କରି ମଦ୍ୟପ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱାମୀ ସୁବଧି ଦେହୁରୀ ଏକ ଟାଙ୍ଗିଆରେ ସ୍ତ୍ରୀ ଟୁରୀ ଦେହୁରୀକୁ ହାଣି ହତ୍ୟା କରିଦେଇଛି । ଏସମ୍ପର୍କରେ ଖବର ପାଇ ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ପୁଲିସ । ଘଟଣାରେ ଅଧିକ ତଦନ୍ତ ପାଇଁ ବାରିପଦାରୁ ଏକ ସାଇଣ୍ଟିଫିକ୍କୁ ମଧ୍ୟ ଡକାଯାଇଛି । ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଘଟଣାର ଅଧିକ ତଦନ୍ତ ହେବ ବୋଲି କହିଛି ଠାକୁରମୁଣ୍ଡା ପୁଲିସ।
