
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ଶୁବମନ ଗିଲ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମରେ କୌଣସି ପରିବର୍ତ୍ତନ କରିନି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟ ମ୍ୟାଚରେ ଯେଉଁ ଟିମ୍ ରହିଥିଲା, ସେହି ଟିମ୍ ରହିଛି ।
ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଶୁବମନ ଗିଲ ପ୍ଲେଇଂ ଏକାଦଶରେ କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା ଏବଂ ୱାଂଶିଟନ ସୁନ୍ଦର ଭଳି ୩ ସ୍ପିନର୍ସ ଖେଳାଯାଉଛନ୍ତି । ତେଣୁ ଅକ୍ଷର ପଟେଲ ଟିମରୁ ବାଦ୍ ପଡିଛନ୍ତି ।
ପ୍ରଥମ ଦିନରେ ଖେଳ ଆରମ୍ଭ ହେବା ପରେ ଲଞ୍ଚ ବ୍ରେକ ପରେ ୯୪ ରନରେ ୧ ୱିକେଟ ହରାଇଛି ଭାରତ । ଯଶସ୍ବୀ ଜୟସୱାଲ ୪୦ ରନ୍ କରିଥିବା ବେଳେ କେଏଲ ରାହୁଲ ୩୮ ରନ କରି ଆଉଟ ହୋଇଛନ୍ତି । ଏବେ କ୍ରିଜରେ ଯଶସ୍ବୀ ଜୟସୱାଲଙ୍କ ସହିତ ସାଇ ସୁଦର୍ଶନ ବ୍ୟାଟିଂ କରୁଛନ୍ତି ।
ଇଣ୍ଡିଆ ଓ ଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଭାରତ ଇନିଂସ ସହ ୧୪୦ରନରେ ଜିତିଥିଲା । ସିରିଜରେ ୧-୦ରେ ଆଗୁଆ ରହିଛି । ଏବେ ଭାରତ ପାଖରେ ଦିଲ୍ଲୀରେ କ୍ଲିନ ସୁଇପ ସୁଯୋଗ ରହିଛି ।
ପ୍ଲେଇଂ ଏକାଦଶ : ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

