Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଜା ଉପରେ ଇସ୍ରାଏଲର ବୋମା ବର୍ଷା, ୩୦ ପାଲେଷ୍ଟାଇନ୍ ମୃତ

Posted on October 10, 2025

୨ ବର୍ଷ ହେଲା ଜାରି ଥିବା ପାଲେଷ୍ଟିନୀୟ ଆତଙ୍କୀ ଗୋଷ୍ଠୀ ହମାସ୍‌ ଏବଂ ଇସ୍ରାଏଲ ସଂଘର୍ଷରେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୨୦ ସୂତ୍ରୀ ପ୍ରସ୍ତାବ ଅନୁଯାୟୀ ଯୁଦ୍ଧବିରତିର ପ୍ରଥମ ପର୍ଯ୍ୟାୟ ଲାଗୁ ହୋଇଥିବା ଜଣାଯାଇଛି । ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ‘ଶାନ୍ତି ଚୁକ୍ତି’ ଏକପ୍ରକାର ବିଫଳ ହୋଇଥିବା ଜଣାପଡିଛି । ଗାଜା ଉପରେ ପୁଣି ଇସ୍ରାଏଲ ବୋମା ବର୍ଷା କରିଛି । ଏଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ପାଲେଷ୍ଟାଇନ୍ । ଏହି ଆକ୍ରମଣ ସେବେ ହୋଇଛି ଯେବେ ଇସ୍ରାଏଲ କ୍ୟାବିନେଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଗାଜା ଶାନ୍ତି ପ୍ଲାନ’ ଉପରେ ମତଦାନ ନେଇ ବୈଠକ ଚାଲିଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଗାଜା ଯୁଦ୍ଧକୁ ସ୍ଥାୟୀ ରୂପରେ ସମାପ୍ତ କରିବା ।

​​​​​​​ଆଡିଏଫ ବୟାନ- ‘ହମାସ ଠିକଣାରେ ହମଲା’; ଗାଜା ନାଗରିକ ସୁରକ୍ଷା ଏଜେନ୍ସି ରିପୋର୍ଟ କରିଛି ଯେ, ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନେକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଅଲ୍-ଶିଫା ହସ୍ପିଟାଲ ନିର୍ଦ୍ଦେଶକ ମହମ୍ମଦ ଆବୁ ସଲମିୟା କହିଛନ୍ତି ଯେ, ବୁଧବାରଠୁ ୩୦ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ଆଇଡିଏଫ ବିବୃତ୍ତି ଅନୁଯାୟୀ, ” ଆମେ ହମାସର ସେ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲୁ ଯେଉଁମାନେ ଇସ୍ରାଏଲୀ ସୈନ୍ୟଙ୍କ ନିକଟତର ଥିଲେ । ସେମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିଲେ ।”

ଏଏଫପି ଅନୁଯାୟୀ, ଗାଜାରେ ଯୁଦ୍ଧବିରାମ ପାଇଁ ପ୍ରାୟ ୨୦୦ ଆମେରିକୀୟ ସୈନ୍ୟଙ୍କ ଏକ ଦଳ ନିୟୋଜିତ କରାଯିବ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ସମ୍ପ୍ରତି ହୋଇଥିବା ଯୁଦ୍ଧବିରତି ଚୁକ୍ତିନାମାର ସଫଳତା ସୁନିଶ୍ଚିତ କରିବା ଏବଂ ବନ୍ଧକଙ୍କ ମୁକ୍ତ ପ୍ରକ୍ରିୟାରେ ସହାୟତା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

​​​​​​​ଟ୍ରମ୍ପଙ୍କ ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା- ଆକ୍ରମଣର ମାତ୍ର କିଛି ଘଣ୍ଟା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଇସ୍ରାଏଲ ଏବଂ ହମାସ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ପାଇଁ ସହମତ ହୋଇଛନ୍ତି । ଇସ୍ରାଏଲୀ ସରକାର ଏହି ଚୁକ୍ତିନାମାକୁ ଅନୁମୋଦନ କରିବେ, ଯୁଦ୍ଧ ତୁରନ୍ତ ଶେଷ ହେବ। ଏହି ଚୁକ୍ତିନାମା ବନ୍ଧକଙ୍କ ମୁକ୍ତି ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ ଏବଂ  ସମସ୍ତ ବନ୍ଧକଙ୍କୁ ଦୁଇ ଦିନ ମଧ୍ୟରେ ମୁକ୍ତ କରାଯିବ ।

ସେପଟେ ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନଟ୍‌ର ମଞ୍ଜୁରୀ ଦେଇଛି । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ ମିଳିଛି । ୭୨ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ୍‌ ବନ୍ଦୀ ମିକୁଳିବେ । ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି ।

​​​​​​​୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କୀ ଇସ୍ରାଏଲରେ ପଶି ଆକ୍ରମଣ କରିଥିଲେ । ଏଥିରେ ପ୍ରାୟ ୧,୨୦୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିଲା । ଏହା ପରଠାରୁ ଇସ୍ରାଏଲ ଗାଜାରେ ଜୋରଦାର ପ୍ରତିଆକ୍ରମଣ ଜାରି ରଖି ଏହି ସହରକୁ ଧ୍ୱଂସସ୍ତୂପ ବନାଇଦେଇଛି । ଏଥିରେ ପ୍ରାୟ ୬୭ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି । 

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme