Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇସଲାମବାଦ ଏବଂ ରାୱଲପିଣ୍ଡିରେ ଇଣ୍ଟରନେଟ୍ ସେବା ବନ୍ଦ, ଟିଏଲପି ବିକ୍ଷୋଭ ନେଇ ବନ୍ଦ

Posted on October 10, 2025

ପାକିସ୍ତାନ ସରକାର ଇସଲାମବାଦ ଏବଂ ରାୱଲପିଣ୍ଡିରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ବନ୍ଦ ହୋଇଛି । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେହେରିକ୍-ଏ-ଲବୈକ୍ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ ରହିଛି ସେବା । ରାଜଧାନୀ ଇସ୍ଲାମାବାଦକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ସିଲ୍ କରାଯାଇଛି । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ଅଣାୟତ୍ତ ସ୍ଥିତି ହୋଇପଡିଛି ।

ଟିଏଲପି ଇସଲାମବାଦରେ ଆମେରିକା ଦୂତାବାସ ବାହାରେ ଇସ୍ରାଏଲ ବିପକ୍ଷରେ ବିରୋଧ ପ୍ରଦର୍ଶନ ପାଇଁ ଘୋଷଣା କରାଯାଇଛି । ଏହାଦେଖି ପାକିସ୍ତାନର ପଞ୍ଜାବ ପ୍ରାନ୍ତର ପୋଲିସର ପ୍ରମୁଖ ସାଦ ହୁସୈନ ରିଜଭୀଙ୍କୁ ଗିରଫ କରିବା ପାଇଁ ଲାହୋର ଟିଏଲପି ମୁଖ୍ୟାଳୟରେ ଛାପା ମାରିଛି । ପଞ୍ଜାବ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ସହରରେ ହିଂସା ଦେଖିବାକୁ ମିଳିଛି ।

ଟିଏଲପି ମୁଖ୍ୟାଳୟ ନିକଟରେ ପୋଲିସକର୍ମୀ ନିୟୋଜିତ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସେପଟେ ଟିଏଲପି ଦାବି କରିଛି କି, ପୋଲିସ ସହିତ ମୁହାଁମୁହିରେ ଜଣେ କାର୍ଯ୍ୟକର୍ତ୍ତା ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ ଟିଏପି ପ୍ରମୁଖ ବିରୋଧରେ ଗିରଫ ୱାରେଣ୍ଟ ଜାରି କରି ମୁଖ୍ୟାଳୟରେ ଚଢାଉ କରିଥିଲା । କିନ୍ତୁ ଏଠାରେ ପୋଲିସ ଆକ୍ରମଣର ଶିକାର ହୋଇଥିଲା । ଟିଏଲପି କାର୍ଯ୍ୟକର୍ତ୍ତା ପୋଲିସକର୍ମୀ ଉପରେ ପଥରମାଡ଼ ଏବଂ ଲୁହାରେ ଆକ୍ରମଣ କରିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme