Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୋଲିସ ଏସଆଇ ଚାକିରି ଦୁର୍ନୀତି ମାମଲାରେ ‘ବଣିକ’ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ…

Posted on October 10, 2025

ପୋଲିସ ଏସଆଇ ଚାକିରି ଦୁର୍ନୀତି ମାମଲାରେ ବଡ଼ ଖୁଲାସା ହେଉଛି। ‘ବଣିକ’ କୋଚିଂ ସେଣ୍ଟର ସହ ସନ୍ଦିଗ୍ଧ ଲିଙ୍କ୍ ଥିବା ଅଭିଯୋଗରେ ଗତକାଲି କ୍ରାଇମବ୍ରାଞ୍ଚ ଦଳ ଉକ୍ତ କୋଚିଂ ସେଣ୍ଟରରେ ରେଡ କରିଥିଲା। ରେଡ ପରେ ‘ବଣିକ’ର ତିନି ଜଣ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି।

ନୋଟିସ ପାଇଥିବା ଅଧିକାରୀମାନେ ହେଲେ— HR ମ୍ୟାନେଜର୍, ଆଡମିନ୍‌ ମ୍ୟାନେଜର ଓ ଆକାଉଣ୍ଟ ହେଡ୍। କ୍ରାଇମବ୍ରାଞ୍ଚ ନୋଟିସ୍ ଆଧାରରେ ସେମାନେ ଆଜି କଟକ ସ୍ଥିତ କାର୍ଯ୍ୟାଳୟରେ ପ୍ରାତଃ ୧୧ଟାରେ ହାଜର ହେବେ ବୋଲି ସୂଚନା ମିଳିଛି।

ଗତକାଲି ରେଡ ସମୟରେ କ୍ରାଇମବ୍ରାଞ୍ଚ ଜାଣିଥିଲା ଯେ, ଏସଆଇ ଚାକିରି ମାମଲାରେ ଗିରଫ ହୋଇଥିବା ୧୧୪ ଜଣ ଛାତ୍ରଙ୍କ ମଧ୍ୟରୁ ୧୨ ଜଣଙ୍କ ସହ ‘ବଣିକ’ କୋଚିଂ ସେଣ୍ଟରର ସଂଯୋଗ ରହିଛି। ସେମାନଙ୍କ ମଧ୍ୟରୁ ୬ ଜଣ ବଣିକ କୋଚିଂରେ ପ୍ରଶିକ୍ଷଣ ନେଉଥିଲେ ବୋଲି ରେଡ ବେଳେ ଜଣାପଡିଛି। ସେହି ତଥ୍ୟ ଆଧାରରେ ବଣିକର ତିନିଜଣ କର୍ମଚାରୀଙ୍କୁ ଯାଂଚ ପାଇଁ ନୋଟିସ ଜାରି କରାଯାଇଛି ଓ ସେମାନେ ହାଜର ହୋଇ ନିଜ ପକ୍ଷ ରଖିବେ।

ଏହି ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ପୋଲିସ ତଦନ୍ତରେ ଜଣାପଡିଛି ଯେ ଏସଆଇ ଚାକିରି ପଛରେ ଏକ ବଡ଼ ସିଣ୍ଡିକେଟ୍ କାର୍ଯ୍ୟରତ ଥିଲା। ଚାକିରି ପାଇଁ ଅଭିଯୁକ୍ତମାନେ ଅରିଜିନାଲ ସର୍ଟିଫିକେଟ ନେଇ ଡିଲ୍ କରୁଥିଲେ ଓ ବ୍ଲାଙ୍କ ଚେକ୍ ମାଧ୍ୟମରେ ଟଙ୍କା ଲେନଦେନ ହେଉଥିଲା।

ବିଭିନ୍ନ କୋଚିଂ ସେଣ୍ଟରର ଶିକ୍ଷକମାନଙ୍କ ଜରିଆରେ ଏହି ଅନୈତିକ କାରବାର ଚାଲୁଥିବା ସନ୍ଦେହ ରହିଛି। କ୍ରାଇମବ୍ରାଞ୍ଚ ଏବେ ସେହି ସିଣ୍ଡିକେଟର ମୂଳ ହାତ ଖୋଜିବା ପାଇଁ ତଦନ୍ତ ଜୋରଦାର କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme