Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆସନ୍ତା ୨-୩ ଦିନ ଭିତରେ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ ବାୟୁ

Posted on October 10, 2025

ରାଜ୍ୟରେ ଆସନ୍ତା ୧୨  ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା  କେତେକ ସ୍ଥାନରେ ହୋଇପାରେ । ଦକ୍ଷିଣ ଓଡ଼ିଶାର  ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । କିନ୍ତୁ,  ଏହାପରଠାରୁ ବର୍ଷା ପ୍ରାୟତଃ କମିଯିବ । କାଁ ଭାଁ ଘଡ଼ଘଡ଼ି  ସହ ବର୍ଷା ହେବ ।    

ଅନ୍ୟପଟେ ପାଣିପାଗ ବିଭାଗ ଆକଳନ କରିଛି,  ଆସନ୍ତା ୨-୩ ଦିନ ଭିତରେ ଓଡ଼ିଶା ସମେତ ବିହାର,  ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ସ୍ଥାନରୁ  ଦକ୍ଷିଣ-ପଶ୍ଚିମ ମୌସୁମୀ ଚାଲିଯିବ । ୧୬ ତାରିଖ ସୁଦ୍ଧା  ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ  କରିବା ସମ୍ଭାବନା ଅଛି । ସେହି ସମୟରେ ଦକ୍ଷିଣ ପୂର୍ବ  ଉପଦ୍ୱୀପୀୟ ଅଞ୍ଚଳରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା  ଆଗମନର ସମ୍ଭାବନା ଅଛି ।    

ପୂର୍ବାନୁମାନ କହୁଛି, ୧୦ ତାରିଖରେ ରାଜ୍ୟର ଅଳ୍ପ  କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।  ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କେନ୍ଦ୍ରାପଡ଼ା,  ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ  ପ୍ରବଳ ବର୍ଷା ଆଶଙ୍କା ଅଛି । କେତେକ ଜିଲ୍ଲାରେ ବଜ୍ରପାତ  ନେଇ ସତର୍କ କରାଯାଇଛି । ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର  ଅଳ୍ପ କେତେକ ସ୍ଥାନ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର  ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି,  କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ଜାଗାରେ  ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୨ରେ ମଧ୍ୟ  ଏଭଳି ପାଗ ରହିପାରେ । ୧୩ରୁ ବର୍ଷା ପରିମାଣ କମିଯିବ ।  କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହେବ । ରାତି ତାପମାତ୍ରାରେ  ଏବେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।    

ଗୁରୁବାର ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର, ବାରିପଦା,  ନୂଆପଡ଼ା, ଭଦ୍ରକ, କେନ୍ଦୁଝର, କୋରାପୁଟ, ଟିଟିଲାଗଡ଼  ସମେତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ହୋଇଥିଲା । ବୁଧବାର ମଧ୍ୟ  କେତେକ ଜିଲ୍ଲାରେ ବର୍ଷା ହୋଇଥିଲା । ଏହାସତ୍ତେ୍ୱ  ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ ଅଧିକ ରହୁଥିବାରୁ  ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ ବିଭାଗ  ୧୪ ଦିନ ପାଇଁ ଜାରି କରିଥିବା ପୂର୍ବାନୁମାନ ଅନୁସାରେ  ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ  ଏକ ଲଘୁଚାପ ସୃଷ୍ଟି ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି  କରିପାରେ । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଏହାର  ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ସମ୍ଭାବନା କମ୍‌ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme