Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସରକାର ଆଣିବେ ନୂଆ ଆଇନ; ବୁର୍ଖା ପିନ୍ଧିବା ହେବ ବ୍ୟାନ୍

Posted on October 9, 2025

ଇଟାଲୀର ଜର୍ଜିଓ ମେଲୋନି ସରକାର ସାରା ଦେଶରେ ବୁର୍ଖା ଉପରେ ବ୍ୟାନ୍‌ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଇଟାଲୀର ଶାସକ ଦଳ, ବ୍ରଦର୍ସ ଅଫ୍ ଇଟାଲୀ କହିଛି, ଦେଶର ସମସ୍ତ ସାର୍ବଜନୀନ ସ୍ଥାନରେ ବୁର୍ଖା ଏବଂ ହିଜାବ ସହିତ ମୁହଁ ଏବଂ ଶରୀର ଘୋଡାଇବା ଉପରେ କଟକଣା ଲଗାଯିବ। ଏଥିପାଇଁ ଏକ ବିଲ୍ ଆଗତ କରିବାକୁ ଯୋଜନା କରୁଛୁ। ଦଳ ଏହାକୁ ଇସଲାମିକ୍ ବିଚ୍ଛିନ୍ନତାବାଦ ବିରୁଦ୍ଧରେ ଏକ ବିଲ୍ ଭାବରେ ବର୍ଣ୍ଣନା କରିଛି।

ସାଂସଦ ଆଣ୍ଡ୍ରିଆ ଡେଲମାଷ୍ଟ୍ରୋ ବୁଧବାର ଏକ ଫେସବୁକ୍ ପୋଷ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଧାର୍ମିକ ସ୍ୱାଧୀନତା ପବିତ୍ର, କିନ୍ତୁ ଏହାର ଖୋଲାଖୋଲି ଭାବରେ ବ୍ୟବହାର ଆମର ସମ୍ବିଧାନ ଏବଂ ଇଟାଲୀର ରାଷ୍ଟ୍ର ନୀତି ପ୍ରତି ପୂର୍ଣ୍ଣ ସମ୍ମାନ ସହିତ କରାଯିବା ଉଚିତ।’

ପଲିଟିକୋ ଅନୁଯାୟୀ, ଏଭଳି  କଟକଣା ଅନୁସାରେ ସମସ୍ତ ଦୋକାନ, ସ୍କୁଲ ଏବଂ କାର୍ଯ୍ୟାଳୟ ସମେତ ସମସ୍ତ ସାର୍ବଜନୀନ ସ୍ଥାନରେ ମୁହଁ ଘୋଡ଼ାଇ ରଖିବା ଉପରେ ରୋକ ଲଗାଇବ।   ଉଲ୍ଲଂଘନକାରୀଙ୍କୁ ୩୦୦ ରୁ ୩୦୦୦ ୟୁରୋ (ପ୍ରାୟ 3 ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଇଟାଲୀର ଜର୍ଜିଓ ମେଲୋନି ସରକାର ଦେଶରେ ବଢ଼ୁଥିବା ଇସଲାମୀକରଣକୁ  ଏଥିପାଇଁ ଦାୟୀ କରିଛନ୍ତି। ଏହା ସହ ଇସଲାମୀୟ ପ୍ରତୀକର ସାର୍ବଜନୀନ ପ୍ରଦର୍ଶନକୁ ସାଂସ୍କୃତିକ ବିଚ୍ଛିନ୍ନତାବାଦ ବୋଲି ସେ କହିଛନ୍ତି।  

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme