
ରାଜ୍ୟ ସରକାର ଆଜି ମୋଟ ୧୯ ଓଡ଼ିଶା ପୋଲିସ ସେବା (ଓପିଏସ) ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସୂଚନା ଜାରି କରାଯାଇଛି ।
ସୂଚନା ଅନୁସାରେ, ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ବାଇଁଙ୍କୁ ବଦଳି କରି ତାଳଚେରର ଆଡିସନାଲ ଏଏସପି ଭାବେ ନିଯୁକ୍ତ କରାଯାଇଛି। ସୀମା ସ୍ବାଇଁଙ୍କ ସ୍ଥାନରେ ବଲାଙ୍ଗିର ଏଏସପି ଆଲୋକ କୁମାର ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସପି ଭାବେ ଦାୟିତ୍ୱ ଦିଆଯାଇଛି।
ଏହି ସହିତ, କଟକ ଏଏସପି ସତ୍ୟବିକାଶ ଭୂୟାଁଙ୍କୁ ଭଦ୍ରକକୁ ବଦଳି କରାଯାଇଛି। ସମ୍ବଲପୁର ଅତିରିକ୍ତ ଏସପି ପ୍ରକାଶ କୁମାର ଟପ୍ପୋଙ୍କୁ ରାଉରକେଲାକୁ ବଦଳି କରାଯାଇଛି।
ଭୁବନେଶ୍ବର ଅତିରିକ୍ତ ଏସପି ସଞ୍ଜୀବ କୁମାର ଶତପଥୀଙ୍କୁ ଏବେ ସ୍ପେଶାଲ ଟାକ୍ସଫୋର୍ସ (ଏସଟିଏଫ)ର ଆଡିସନାଲ ଏସପି ଭାବେ ଦାୟିତ୍ୱ ଦିଆଯାଇଛି। ଏହା ସହିତ, ବରଗଡ଼ ଏଏସପି ସୌରଭ ଓତାଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
