Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଘିଅ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

Posted on October 9, 2025

ସାଧାରଣତଃ ସକାଳୁ ଉଠିବା ମାତ୍ରେ ଅଧିକାଂଶ ଲୋକଙ୍କର ଚା କିମ୍ବା କଫି ପିଇବାର ଅଭ୍ୟାସ ଥାଏ । ଆଉ କିଛି ଲୋକ ସିଧା ଜଳଖିଆ କରିବାକୁ ଉଚିତ ଭାବିଥାନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ନିଜର ସ୍ୱାସ୍ଥ୍ୟକୁ ନେଇ ଖୁବ୍ ସଚେତନ ଥାନ୍ତି  ଏବଂ ସେମାନେ ସକାଳେ ଉଠିବା ପରେ ଗରମ ପାଣି ଓ ମହୁ ଖାଇଥାନ୍ତି ।

ଆପଣ ଜାଣନ୍ତି କି, ସକାଳେ ଖାଲି ପେଟରେ ଘିଅ ଖାଇବା ଦ୍ବାରା ଆମକୁ ଅନେକ ଫାଇଦା ମିଳିଥାଏ । ଯାହା ଏକ ଭଲ ଅଭ୍ୟାସ ବୋଲି ବିବେଚନା କରାଯାଏ । କିନ୍ତୁ ପ୍ରାୟତଃ ଲୋକେ ଘିଅକୁ ପସନ୍ଦ କରିନଥାନ୍ତି । ଆୟୁର୍ବେଦ ଅନୁସାରେ ସକାଳେ ଖାଲି ପେଟରେ ଜଳଖିଆ ପୂର୍ବରୁ ଘିଅ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ହୋଇଥାଏ । ଘିଅ କେବଳ ସ୍ବାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ ବରଂ ତ୍ବଚା ପାଇଁ ମଧ୍ୟ ବେଷ୍ଟ ହୋଇଥାଏ । ତେବେ ଆସନ୍ତୁ ଘିଅ ଖାଇବାର ଫାଇଦା ସମ୍ପର୍କରେ ଜାଣିବା ।

 ତ୍ୱଚାରେ ଚମକ ଆଣେ 

 ଅଳ୍ପ ଘିଅ ସେବନ କରିବାରେ ଆପଣଙ୍କ କୋଷିକାଗୁଡିକ ପୁନର୍ଜୀବିତ ହୋଇଥାଏ । ତ୍ୱଚାରେ ପ୍ରାକୃତିକ ଚମକ ଦେଖାଦିଏ । ଘିଅ ଆପଣଙ୍କର ଚର୍ମର ନାଚୁରାଲ୍ କୋମଳତାକୁ ବଜାୟ ରଖେ । ଚର୍ମକୁ ଶୁଷ୍କତାରୁ ବଂଚାଇଥାଏ ।

ଗଣ୍ଠିଗୁଡିକୁ ଆରାମ ଦିଏ 

 ଘିଅକୁ ସେବନ କରିବା ଦ୍ୱାରା  ଗଣ୍ଠି ସମସ୍ୟା ଉପୁଜିନଥାଏ । କାରଣ ଘିଅ ଏକ ନାଚୁରାଲ୍ ଲୁବ୍ରିକାଣ୍ଟ ଭଳି କାମ କରିଥାଏ । ଘିଅରେ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ଥାଏ । ଯାହା ଅଷ୍ଟିଓ-ପୋରୋସିସ୍ ହେବାର ସମ୍ଭାବନାକୁ କମ୍ କରିଥାଏ । ଏଥିସହ ହାଡକୁ ମଜବୁତ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ ।

ମସ୍ତିଷ୍କକୁ ବିକଶିତ କରିଥାଏ 

 ଯଦି ଆପଣ ଘିଅକୁ ସକାଳେ ଖାଲି ପେଟରେ ସେବନ କରୁଛନ୍ତି ତ ଆପଣଙ୍କର ମସ୍ତିଷ୍କର କୋଷିକାଗୁଡିକୁ ଆକ୍ଟିଭ୍ ରଖେ ।  ଯାହା ଆପଣଙ୍କର ସ୍ମୃତିଶକ୍ତି  କ୍ଷମତାକୁ ବଢାଇଥାଏ । ଏହାର ସେବନ ଦ୍ୱାରା ଆପଣଙ୍କୁ ଅଲଜିମର ଭଳି ରୋଗ ହେବାର ସମ୍ଭାବନା କମିଯାଇଥାଏ ।

ଓଜନକୁ ନିୟନ୍ତ୍ରଣ କରେ 

ଲୋକଙ୍କ ମଧ୍ୟରେ ଏହା ଏକ ବଡ ଭ୍ରମ ଥାଏ କି ଘିଅର ବ୍ୟବହାର କରିବା ଦ୍ୱାରା ତାଙ୍କର ଓଜନ ବଢିଥାଏ । କିନ୍ତୁ ଆପଣ ଯଦି ଖାଲି ପେଟରେ ୫ରୁ ୧୦ ଏମଏଲ ଘିଅ ସେବନ କରିବେ ତ ଏହାଦ୍ୱାରା ଆପଣଙ୍କର ମେଟାବୋଲିକ ରେଟ୍ ବଢିଥାଏ ଏବଂ ଆପଣଙ୍କର ଓଜନ କମ୍ ହୋଇଥାଏ ।

କେଶ ଝଡିବା ରୋକିଥାଏ

ସକାଳେ ଖାଲି ପେଟରେ ଘିଅ ସେବନ କରିବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ । କାରଣ ଏଥିରୁ ପୁରା ନ୍ୟୁଟ୍ରିଏଣ୍ଟ ମିଳିଥାଏ । ଫଳରେ କେଶର କୋମଳତା , ଚମକତା ଆସିଥାଏ । ଏବଂ କେସ ଝଡିବା ରୋକିଥାଏ ।

କ୍ୟାନସର ରୋଗରୁ ମୁକ୍ତି ମିଳେ

ଘିଅରେ ଆଣ୍ଟି-କ୍ୟାନସର ଗୁଣ ରହିଛି । ଯାହା ଆପଣଙ୍କ ଶରୀରରେ କ୍ୟାନସର କୋଷକୁ ବଢିବାରେ ରୋକିଥାଏ ।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme