Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡାଲି ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଡ୍ରାଇଭର ଗୁରୁତର

Posted on October 9, 2025

 କଟକ ମାଲଗୋଦାମଠାରେ ଏକ ଡାଲି ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ । ନିଆଁ ଲାଗିବା କାରଣରୁ ଟ୍ରକ୍ କ୍ୟାବିନ୍ ଭିତରେ ଶୋଇବା ଥିବା ଚାଳକ ଗୁରୁତର ହୋଇଛନ୍ତି । ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।

ସୂଚନା ମୁତାବକ, କଲିକତାରୁ ଏକ ଟ୍ରକ୍‌ ଡାଲି ବୋଝେଇ କରି କଟକ ମାଲଗୋଦାମ ଅଭିମୁଖେ ବାହାରିଥିଲା। ଗୁରୁବାର ସକାଳ ୫ଟାରେ ଟ୍ରକ୍‌ଟି ଡାଲି ବୋଝେଇ କରି ମାଲଗୋଦାମଠାରେ ଠିଆ ହୋଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହା ଦେଖି ଲୋକମାନେ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କିଛି ସମୟ ମଧ୍ୟରେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଆଉ ଗୋଟିଏ ଅଗ୍ନିଶମ ଗାଡ଼ି ବକ୍ସି ବଜାର ପହଞ୍ଚି ଥିଲା। ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକ୍ କ୍ୟାବିନ୍ ଭିତରେ ଶୋଇବା ଥିବା ଚାଳକ ଗୁରୁତର ହୋଇଥିବାରୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ କଟକ ଏସ୍‌ସିବି ମେଡ଼ିକାଲକୁ ପଠାଇ ଥିଲେ। ଏସମ୍ପର୍କରେ ଖବର ପାଇଁ ଗାଡ଼ି ମାଲିକ ଘଟଣା ସ୍ଥଳରେ ପହଁଞ୍ଚି ଥିଲେ। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme