
ରାଉରକେଲା : ଅଜଣା ଟ୍ରେନ୍ ଧକାରେ ବେଦବ୍ୟାସ ଟିସିଆଇ ନିକଟ ରେଳଧାରଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ବୟସ ପାଖାପାଖି ୩୦ ହେବ ବୋଲି ଜଣାପଡ଼ିଛି। ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବକୁ ଆର୍ଜିଏଚ୍ ମର୍ଗ ହାଉସରେ ରଖାଯାଇଛି। ମୃତକଙ୍କ ପରିଚୟ ଖୋଜିବାକୁ ତନାଘନା ଆରମ୍ଭ କରିଛି ଜିଆର୍ପି। ସୂଚନାନୁଯାୟୀ, ମଙ୍ଗଳବାର ରାତି ୧୦ଟାବେଳେ ଯୁବକ ଜଣକ ରେଳଲାଇନ୍ ଅତିକ୍ରମ କରୁଥିବାବେଳେ ଅଜଣା ଟ୍ରେନ୍ ଧକାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

