Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭଦ୍ରକରେ ଜବରଦଖଲ ଉଚ୍ଛେଦ

Posted on October 9, 2025

ଭଦ୍ରକ: ଭଦ୍ରକ ସହରକୁ କିଛି ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୧ ବର୍ଷ ହେଲାଣି ସହରରେ ଚାଲିଛି ଜବର ଦଖଲ ଉଚ୍ଛେଦ। ଗତ ମାସ ଭଦ୍ରକ ସହରର ବାଇପାସ୍ ଛକ ଠାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରବଳ ବିବାଦ ଲାଗିଥିଲା। ଆଜି ପାଣି ଦ୍ଵିତୀୟ ପର୍ଯ୍ୟାୟରେ ଭଦ୍ରକ ସହରରେ ଜବର ଦାଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଭଦ୍ରକର ବାଇପାସ୍ ଛକରୁ ଗ୍ରାମାଞ୍ଚଳ ଥାନା ଛକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଇଥିଲା। ଆଜି ଗ୍ରାମାଞ୍ଚଳ ଥାନା ଛକରୁ ସରକାର ନଗର ରାସ୍ତାରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରୁଛନ୍ତି। ଏହି ଅଞ୍ଚଳରେ ରାସ୍ତା କଡ଼ରେ ଥିବା ସରକାରୀ ଜମି ଯେଉଁମାନେ ଜବର ଦଖଲ କରୁଛନ୍ତି । ସେମାନଙ୍କୁ ଆଗରୁ ନୋଟିସ ଦିଆଯାଇଥିଲା। ସରକାରୀ ନୋଟିସ ପାଇବା ପରେ ଯେଉଁମାନେ ନିଜ ନିଜ ଦୋକାନ ଘର ଉଠାଇ ନେଇଥିଲେ। ଯେଉଁମାନେ କୋଠା ଘର କରିଥିଲେ । ସେମାନଙ୍କ ଘର ଡୋଜର ମାରି ଭାଙ୍ଗି ଦିଆଯାଇଛି। ଏହି ଅଞ୍ଚଳରେ ଥିବା ଏକ ବିଶାଳ ଦୁଇ ମହଲା ଦୁଇଟି କୋଠା ଘରକୁ ପ୍ରଶାସନ ପକ୍ଷରୁ ଡୋଜର ମରାଯାଇ ଭଙ୍ଗା ଯାଇଛି। ସରକାରୀ ଜାଗାକୁ ମାଡି ବସି ବିରାଟ ଆଟାଲିକ ତିଆରି କରିଥିବା ଲୋଙ୍କର ବିରାଟ ବିରାଟ କୋଠା ଘରକୁ ଆଜି ମାଟିରେ ମିଶାଇ ଦିଆଯାଇଛି । ଆଜିର ଏହି ଉଚ୍ଛେଦ ଅଭିଯାନ ବେଳେ ଭଦ୍ରକର ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ଭଦ୍ରକର ଅତିରିକ୍ତ ଏସ ପି ଅଂଶୁମାନ ଦ୍ବିବେଦୀ ସମେତ , ଭଦ୍ରକ ସହରାଞ୍ଚଳ ଓ ପୂରୁନାବଜାର ପୁଲିସଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତି ରହି ଥିଲେ। ଉଚ୍ଛେଦ ଅଭିଯାନ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଠି ହୋଇ ନଥିବା ବେଳେ କିଛି ଲୋକ ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦକୁ ବିରୋଧ କରିଥିଲେ। ତହସିଲଦାର ଶ୍ରୀ ଖୁଣ୍ଟିଆଙ୍କ କହିବା କଥା , ସରକାରଙ୍କର ସ୍ପଷ୍ଟ ନିର୍ଦ୍ଦେଶ ଅଛି ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରାଯିବ। ଏଥିରେ କାହା ପ୍ରତି ପାତର ଅନ୍ତର କରାଯାଉନାହିଁ । ଯଦି କୌଣସି ଜମିରେ ଆଇନଗତ ବାଧା ନାହିଁ। ସରକାରୀ ଜମିରେ ଲୋକ ଦୀର୍ଘ ବର୍ଷ ହେଲା ଘର କରିଛନ୍ତି। ସେମାନଙ୍କୁ ଉଚ୍ଛେଦ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଲୋକେ ସରକାରୀ ଜମିରେ କୋଠା ନିର୍ମାଣ କରି ଦୋକାନ କରି ଲକ୍ଷ ଲକ୍ଷ ଟଙ୍କା ଭଡା ଲହାଇବେ । କିନ୍ତୁ ଲୋକେ ରାସ୍ତାରେ ଯିବା ବେଳେ ଅସୁବିଧାରେ ସମ୍ମୁଖୀନ ହେବେ। ପ୍ରଶାସନର ନିୟମକୁ ଆମେ କେବଳ ପାଳନ କରୁଛୁ। କେହି ବି ସରକାରୀ ଜମି ଜବର ଦଖଲ କରି ରଖିପାରିବେ ନାହିଁ। ଯିଏ ବି ସରକାରୀ ଜମି ଜବର ଦଖଲରେ ରଖିଛି। ତାଙ୍କୁ ସେଠାରୁ ଉଛେଦ କରାଯିବ। ଏହି ଉଚ୍ଛେବ ପ୍ରକ୍ରିୟା ଦୁଇ ତିନି ଦିନ ଚାଲିବ। ଏହା ପରେ ଅନ୍ୟ କେଉଁଠି କିଏ ଜବର ଦଖଲ କରିଛି । ସେ ସବୁ ଘର ମଧ୍ୟ ଭଙ୍ଗା ଯିବ ବୋଲି ଭଦ୍ରକ ତହସିଲଦାର ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme