Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 

Posted on January 19, 2026

 

ମଙ୍ଗଳବାରଠୁ ଡ଼ଲଫିନ ଗଣନା, ଡ଼ଙ୍ଗା ଓ ଭସାପୋଲ ଚଳାଚଳ କଟକଣା

ମଙ୍ଗଳବାରଠୁ ଚିଲିକାରେ ଆରମ୍ଭ ହେବ ଡଲଫିନ୍ ଗଣନା। ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା। ଡଲଫିନ ଗଣନା ସମୟରେ ଚିଲିକାରେ ଡଙ୍ଗ ଓ ଭସାପୋଲ ଚଳାଚଳ ଉପରେ ଲାଗିଲା କଟକଣା। ୨୨ ତାରିଖ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଡ଼ଙ୍ଗା ଓ ଭସାପୋଲ ଚଳାଚଳ ଉପରେ କଟକଣା ବଳବତ୍ତର ରହିବା। ଏନେଇ ଚିଲିକା ଡିଭିଜନ ବନଖଣ୍ଡ ଅଧିକ୍ଷକ ସୂଚନା ଦେଇଛନ୍ତି।

ଆଜି ସାତପଡ଼ା ପରିଦର୍ଶନ କେନ୍ଦ୍ର କନଫେରନ୍ସ ହଲ ଭିତରେ ଗଣନା ନିମନ୍ତେ ବୈଠକ ଅନୁଷ୍ଠିତ ହେବ। ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ଦିଆଯିବ । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ନିୟୋଜିତ ହେବେ । ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ। ବୈଠକରେ ବନବିଭାଗର ଅଧିକାରୀ, ସିଡିଏ କର୍ମଚାରୀ, ବିଶାରଦ, ଗଣନାକାରୀ ଦଳ, ସୁରକ୍ଷାକର୍ମୀ, ବୋଟ ଆସୋସିଏସନ କର୍ମକର୍ତ୍ତା, ଡ଼ଙ୍ଗା ଚାଳକ, ସ୍ୱେଚ୍ଛାସେବୀ ପ୍ରମୁଖ ସାମିଲ ରହିବେ ବୋଲି ଜଣାପଡିଛି ।

ମଙ୍ଗଳବାର ସକାଳ ୬ ଟାରୁ ମୋଟର ଚାଳିତ ବୋଟ ଯୋଗେ ଡ଼ଲଫିନ ଗଣନା କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme