ଶ୍ରୀମନ୍ଦିର ଭିତର ଫଟୋ ପୁଣି ସୋସିଆଲ ମିଡିଆରେ ଭାଇରାଲ, ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ଫଟୋ ପୁଣି ସୋସିଆଲ ମିଡିଆରେ ହୋଇଛି ଭାଇରାଲ। ଜଣେ ଯୁବକ ନିଜ ଇନଷ୍ଟାଗ୍ରାମ ରେ ଏହି ଫଟୋ ଅପଲୋଡ଼ କରିଛନ୍ତି। ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟରେ ଛିଡ଼ାହୋଇ ଯୁବକ ଜଣକ ଫଟୋ ଉଠାଇଥିବା ଅନୁମାନ କରାଯାଉଛି। ସେପଟେ ଫଟୋ ଭାଇରାଲ ଘଟଣାକୁ ନେଇ ପୁରୀ ଏସପି କହିଛନ୍ତି ଘଟଣାକୁ ନେଇ ତଦନ୍ତ କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
