ଘରେ କେହିନଥିବାର ସୁଯୋଗ ପାଇଁ ବୁଲାଇଲେ କଳାକନା

ବିଡିଓଙ୍କ ଘର ବି ଛାଡିଲେନି ଚୋର । ଘରେ କେହିନଥିବାର ସୁଯୋଗ ପାଇଁ ବୁଲାଇଲେ କଳାକନା । ନବରଙ୍ଗପୁର ବ୍ଲକ ବିଡିଓ ସୁନୀଲ ଖରାଙ୍କ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ବିଡିଓ ସୁନୀଲ ଖରା ରାୟଗଡ଼ା ଯାଇଥିବା ବେଳେ, ଘର ସ୍କାଏ ଲାଇଟ ଭାଙ୍ଗି ୨୦ ହଜାର ଟଙ୍କା ଲୁଟିନେଇଛି ଚୋର । ଏନେଇ ଟାଉନଥାନା ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି ।

