Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୯ ପିଲାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ; ରାଜ୍ୟରେ କଫ୍‌ ସିରପ ବିକ୍ରି ବ୍ୟାନ

Posted on October 4, 2025

ଦୁଇବର୍ଷରୁ କମ୍‌ ବୟସର ପିଲାମାନଙ୍କୁ କଫ୍‌ ସିରଫ ନ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଷାକ୍ତ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଏହି ଆଡଭାଇଜରି ଜାରି କରାଯାଇଥିଲା । ଏହି ଆଧାରରେ ମଧ୍ୟପ୍ରଦେଶ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟରେ ୯ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ କଫ୍‌ ସିରପ ବିକ୍ରି ଉପରେ ରୋକ ଲାଗିଛି । ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଗତକାଲି (ଶୁକ୍ରବାର), ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍‌ଏସ୍‌) ଜାରି କରିଥିବା ଆଡଭାଇଜରିରେ କହିଥିଲେ ଯେ, ”୨ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଆଦୌ କଫ୍‌ ସିରପ ଦିଆଯିବା କଥା ନୁହେଁ । ୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ କଫ ସିରପ ଦେବାରୁ ଦୂରେଇ ରହିବା ଭଲ । ୫ରୁ ଅଧିକ ବର୍ଷର ପିଲାଙ୍କୁ କଫ ସିରପ ଦିଆଗଲେ ସତର୍କତା ଅବଲମ୍ବନ କରିବାକୁ ହେବ । ଯାହାଙ୍କୁ କଫ ସିରପ ଦିଆଯିବ ତାଙ୍କ ଉପରେ କଡା ନଜର ରଖିବାକୁ ହେବ । ତାକୁ ଉପଯୁକ୍ତ ପରିମାଣର ଖୋରାକ ମଧ୍ୟ ଦିଆଯିବା ଆବଶ୍ୟକ । ଯଥାସମ୍ଭବ କମ୍‌ ସମୟ ପାଇଁ ଏହି ସିରପ ଦିଆଯିବା ଦରକାର ଏବଂ ସିରପ ସହିତ ଅନ୍ୟ କୌଣସି ଔଷଧ ଦିଆଯିବା ଉଚିତ ନୁହେଁ । ”

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme