
ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଜିତିଲା ଭାରତ । ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଭାରତ ୩ ୱିକେଟ ହରାଇ ଭାରତ ସହଜରେ ଜିତିନେଇଛି ।
କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ୫୮ ରନ୍, ସାଇ ସୁଦର୍ଶନ ୩୯ ରନ, ଶୁବମନ ଗିଲ ୧୩ ରନ୍, ଯଶସ୍ବୀ ଜୟସୱାଲ ୮ ରନ୍ କରିଥିବା ବେଳେ ଧ୍ରୁବ ଜୁରେଲ ୬ ରନ କରି ଅପରାଜିତ ରହିଛନ୍ତି ।
ଫଲୋଅନ୍ ସତ୍ତ୍ୱେ ଦ୍ବିତୀୟ ଟେଷ୍ଟ ପଞ୍ଚମ ଦିନ ପର୍ଯ୍ୟନ୍ତ ଯାଇଥିଲା । ଯାହା ଫଳରେ ଭାରତକୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡ଼ିଥିଲା । ଦ୍ବିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ଦଳ ୨୭୦ରନ୍ର ଟ୍ରାଏଲକୁ ପୂରଣ କରି ୩୯୦ ରନ୍ କରିଥିଲା ।

