
ମନରେଗା କାମ ଠିକ୍ ଭାବରେ ନହେବାରେ ଅସନ୍ତୋଷ ଜଣାଇ ଜିଲ୍ଲାପାଳ ୭ଟି ବ୍ଲକ ଡିଇଓଙ୍କ ଦରମା ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ କରିଛନ୍ତି। ଏହି ବ୍ଲକଗୁଡିକ ହେଲା: ଆଠଗଡ, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର ଓ ଟାଙ୍ଗୀ ଚୌଦ୍ୱାର।
ମନରେଗା ଓ ରୁରାଲ ହାଉସିଂ ସ୍କିମର କାର୍ଯ୍ୟରେ ଅବହେଳା ପାଇଁ ସାଲେପୁର ବିଡ଼ିଓ କଡା ପଦକ୍ଷେପ ନେଇଛନ୍ତି। ସାଲେପୁର ଆସିଷ୍ଟାଣ୍ଡ ଇଂଜିନିୟର, ଜୁନିୟର ଇଂଜିନିୟର, ପିଇଓ ଓ ଏଡିଇଓଙ୍କ ଦରମା ଲକ୍ଷ୍ୟ ପୂରଣ ନହେଉଯାଁ ପର୍ଯ୍ୟନ୍ତ ବନ୍ଦ ରହିବ।
ଜିଲ୍ଲାପାଳଙ୍କ ରିଭ୍ୟୁରେ କାର୍ଯ୍ୟରେ ଅବହେଳା ଧରା ପଡ଼ିବା ପରେ ସାଲେପୁର ବିଡ଼ିଓ ଏହି ନିଷ୍ପତ୍ତି ନେଇଛନ୍ତି।

