Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୭୨୭୨ ଶିଶୁ ନିଖୋଜ: ନିଖୋଜଙ୍କ ମଧ୍ୟରେ ୯୦% ନାବାଳିକା

Posted on December 23, 2025

ରାଜ୍ୟରେ ଗତ ୭ ବର୍ଷ ଭିତରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି। ୨୦୨୩ ବର୍ଷରେ ୫ ହଜାର ୯୨୮ ଶିଶୁ ନିଖୋଜ ହୋଇଛନ୍ତି। ପୂର୍ବ ବର୍ଷଗୁଡ଼ିକୁ ହିସାବକୁ ନେଲେ ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ। ଏଥିରେ ସର୍ବାଧିକ ୬୪୯୭ ନାବାଳିକା ଅଛନ୍ତି। ଶିଶୁକନ୍ୟାଙ୍କୁ ବିଭିନ୍ନ ସମୟରେ ମୁଖ୍ୟତଃ ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସମେତ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଚାଲାଣ କରାଯାଉଛି। 

ରାଜ୍ୟରେ ମାନବ ଚାଲାଣ ରୋକିବା ଉଦ୍ଦେଶ୍ୟରେ ୩୬ ପୁଲିସ ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ୍‌ ଟ୍ରାଫିକିଂ ୟୁନିଟ୍ ଖୋଲିଥିବା ବେଳେ କ୍ରାଇମବ୍ରାଞ୍ଚ ସମାନ୍ତରାଳ ଭାବେ ୨୦୧୫ରୁ ୨୦୧୯ ଭିତରେ ଅପରେସନ୍ ସ୍ମାଇଲ୍, ମୁସ୍କାନ ଓ ପରୀ ଯୋଜନା ଆରମ୍ଭ କରିଛି। ତଥାପି ଶିଶୁକନ୍ୟା ନିଖୋଜ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ୨୦୧୭ରୁ ୨୦୨୩ ବର୍ଷ ଭିତରେ ସର୍ବାଧିକ ଶିଶୁ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ନିଖୋଜ ହୋଇଛନ୍ତି। ୨୦୨୨ରେ ୪ ହଜାର ୭୫୭ ନିଖୋଜ ହୋଇଛନ୍ତି। ଏଥିରେ ନାବାଳକ ୫୦୭ ଓ ନାବାଳିକା ୪ ହଜାର ୨୫୦। ୨୦୨୧ରେ ୪ ହଜାର ୧୩୩ ଶିଶୁ ନିଖୋଜ ହେଇଥିଲେ। ଏମାନଙ୍କ ମଧ୍ୟରୁ ନାବାଳକ ୪୭୭ ଓ ନାବାଳିକା ୩ ହଜାର ୬୫୬ ଜଣ ଥିଲେ। ୨୦୨୦ରେ ୨ହଜାର ୮୯୯ ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ଏଥିରେ ନାବାଳକ ୩୪୩ ଓ ନାବାଳିକା ୨ହଜାର ୫୫୬ ଜଣ ଥିଲେ। ୨୦୧୯ରେ ୩ ହଜାର ୧୫୧ ଜଣ ଶିଶୁ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରେ ନାବାଳକ ୫୬୦ ଜଣ ଓ ନାବାଳିକା ୨ହଜାର ୫୯୧ ଜଣ।

୨୦୧୮ରେ ୨ହଜାର ୩୨୬ ଜଣ ଶିଶୁ ନିଖୋଜ ଥିଲେ। ଏଥିରେ ନାବାଳକ ୪୫୧ ଓ ନାବାଳିକା ୧ହଜାର ୮୭୫ ଜଣ। ୨୦୧୭ରେ ୨ ହଜାର ୨୪୪ ନିଖୋଜ ଥିଲେ। ଏଥିରେ ନାବାଳକ ୭୨୩ ଓ ନାବାଳିକା ୧ହଜାର ୫୨୧ ଜଣ। ଓଡ଼ିଶା ପୁଲିସ ପକ୍ଷରୁ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାକୁ ଯଦିଓ ପ୍ରତ୍ୟେକ ବର୍ଷ ଉଦ୍ୟମ କରାଯାଉଛି, ତେବେ ପ୍ରତ୍ୟେକ ବର୍ଷ ନିଖୋଜ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme