
ଝାରସୁଗୁଡା ବିମାନବନ୍ଦରରେ ବିଶେଷ ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଥିଲେ। ପାରମ୍ପରିକ ନାଚ-ଗୀତ ସହିତ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ କରାଯାଇଥିଲା। ବିମାନବନ୍ଦରରୁ ରୋଡ୍ଶୋ ମାଧ୍ୟମରେ ସେ ଅମଲିପାଲି ସମାବେଶ ସ୍ଥଳକୁ ଯାଉଛନ୍ତି।
ଓଡ଼ିଶା ଆସିବା ପୂର୍ବରୁ ‘ଏକ୍ସ’ ମାଧ୍ୟମରେ ପୋଷ୍ଟ କରି ଏହି ଗସ୍ତ ବିଷୟରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଗସ୍ତରେ ସେ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବେ। ସେଥିସହିତ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମରେ ଅଂଶ ନେବେ।
